Latest Odisha News

Pitabas Panda Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, କର୍ପୋରେଟରଙ୍କୁ ଉଠାଇନେଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରୋମାଞ୍ଚକର ମୋଡ଼। ନୋଟିସ ଦେଇ ଛାଡିଥିବା କର୍ପୋରେଟରଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ। ବାହାର ରାଜ୍ୟରୁ ଧରା ପଡ଼ିଥିବା ୮ ଅଭିଯୁକ୍ତଙ୍କ ସହ ସେହି କର୍ପୋରେଟରଙ୍କର କଣ ସମ୍ପର୍କ ରହିଛି ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି। ଅନ୍ୟପଟେ ଗତକାଲି ୧୧ଜଣଙ୍କୁ ଜେରା କରୁଥିଲା ପୋଲିସ। ରାତିରେ ୪ ଜଣଙ୍କୁ ଛାଡ଼ି ଦେଇଛି। ଏବେ ୭ ଜଣଙ୍କୁ ଜେରା ଚାଲିଛି। ବ୍ରହ୍ମପୁର ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ।

ଏହି ୭ ଜଣଙ୍କ ଭିତରେ ଅଛନ୍ତି ବିହାରରୁ ପୋଲିସ ଉଠାଇ ଆଣିଥିବା ୩ ଅପରାଧୀଙ୍କ ସମେତ ଅନ୍ୟ ରାଜ୍ୟରୁ ଆସିଥିବା ଅଭିଯୁକ୍ତ। ଦିଲ୍ଲୀ, ପଶ୍ଚିମ ବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ କିଛି ବ୍ୟକ୍ତିଙ୍କୁ ସନ୍ଦେହରେ ଆଣିଛି ପୋଲିସ । ଏକ UPI ଲିଙ୍କରୁ ଧରାପଡ଼ିଛନ୍ତି ବିହାରୀ ଅଭିଯୁକ୍ତ । ହତ୍ୟାକାଣ୍ଡ ଘଟାଇବାକୁ ଆସି ଜଣେ ବିହାରୀ ତାର ଘରକୁ ଏକ ମୋବାଇଲ ରିଚାର୍ଜ ଦୋକାନରୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥଲା । ସେହି ଖିଅକୁ ଆଧାର କରି ପୋଲିସ ବିହାରରେ ପହଞ୍ଚିଥିଲା । ପୋଲିସ ଏଵେ ୭ ଜଣଙ୍କୁ ଜେରା କରି ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚିବା ପାଇଁ ଉଦ୍ୟମ କରୁଛି । ଜେରା ପରେ ଯେଉଁମାନଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଜଣା ପଡିବ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିବ ।

ସୁପାରି କିଲର, ରେକି ଟିମ ମେମ୍ବର, ହତ୍ୟାକାରୀଙ୍କୁ ସାହାଯ୍ୟ କରିଥିବା ବ୍ରହ୍ମପୁରର କିଛି ଯୁବକଙ୍କୁ ବି ପୁଲିସ ଉଠାଇ ନେଇଛି । ସହରର ଜଣେ ଜଣାଶୁଣା ମଦ ବ୍ୟବସାୟୀ ବି ୨ ଦିନ ହେଲା ପୁଲିସ କବଜାରେ । ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ବିହାରରୁ ୮ଜଣଙ୍କୁ ପୁଲିସ ଧରିଥିଲା ବେଳେ ବ୍ରହ୍ମପୁରରୁ ୩ ଜଣଙ୍କୁ ନେଇ ପଚରାଉଚରା କରୁଛି । ମୁହାଁମୁହିଁ ଜେରା ପରେ ଅନେକ କିଛି କଥା ସାମ୍ନାକୁ ଆସିପାରିବ ବୋଲି ଆଶା କରାଯାଉଛି ।

Comments are closed.