Latest Odisha News

BREAKING NEWS

ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ; ଚାଲିଗଲା ୨ ଜୀବନ

କଟକ: ଚାରିଦିନ ତଳେ ଗାଁରେ ଦୁଇ ଜଣ ବାଣ ତିଆରି କରୁଥିବା ସମୟରେ ଅସାବଧାନତା ବଶତଃ ବାଣ ବିସ୍ପୋରଣ ହୋଇଥିଲା । ବିସ୍ଫୋରଣ ହେବା ପରେ ଦୁଇ ଜଣ ଗୁରୁତର ହୋଇଥିଲେ । ଆଜି ଚିକିତ୍ସାଧୀନ ଥିବା ଦୁଇ ଗୁରୁତରଙ୍କ ମୃତ୍ୟୁ ହୋଇଛି । ତିଗିରିଆ ଥାନା ପୁରୁଣା ତିଗିରିଆ ବାଣ ବିସ୍ପୋରଣ ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣ ହେଲେ ପପୁନ ବେହେରା ଓ ବିପ୍ଳବ ସାହୁ ।

ସୂଚନାଥାଉକି, ବିସ୍ପୋରଣରେ ଗୁରୁତର ହୋଇ ଦୁଇ ଜଣ ପ୍ରଥମେ ତିଗିରିଆ ମେଡିକାଲ୍ ଓ ପରେ ଅତି ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ ହୋଇଥିଲେ । ଏକ ଘରୋଇ ହସ୍ପିଟାଲରେ ଚାରିଦିନ ଚିକିତ୍ସା ହେବା ପରେ ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Comments are closed.