ପର୍ଥ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ରବିବାର ପର୍ଥରେ ଖେଳାଯାଉଛି। ଏହି ମ୍ୟାଚ୍ Optus ଷ୍ଟାଡିୟମରେ ଖେଳାଯାଉଛି। ତେବେ ବର୍ଷା ଯୋଗୁଁ ଦ୍ୱିତୀୟ ଥର ପାଇଁ ମ୍ୟାଚ୍ ବାତିଲ ହୋଇଛି।
୧୧.୫ ଓଭର ପରେ ଭାରତ ୩ ୱିକେଟ୍ ହରାଇ ୩୭ ରନ୍ ସ୍କୋର କରିଥିଲା। ଟସ୍ ହାରିବା ପରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆର ଆରମ୍ଭ ଏତେ ଭଲ ନଥିଲା। ଓପନର ରୋହିତ ଶର୍ମା ୮ ରନ୍ କରି ଆଉଟ୍ ହୋଇଥିଲେ ଏବଂ ବିରାଟ କୋହଲି ଖାତା ନ ଖୋଲିପାରି ଆଉଟ୍ ହୋଇଯାଇଥିଲେ। ଅଧିନାୟକ ଶୁଭମନ ଗିଲ୍ ମଧ୍ୟ ନିରାଶ କରି ୧୦ ରନରେ ଆଉଟ୍ ହୋଇଥିଲେ। ଜୋଶ୍ ହାଜେଲଉଡ୍, ମିଚେଲ ଷ୍ଟାର୍କ ଏବଂ ନାଥନ୍ ଏଲିସ୍ ପ୍ରତ୍ୟେକେ ଗୋଟିଏ ୱିକେଟ୍ ପାଇଥିଲେ। ଅପରପକ୍ଷରେ ଶ୍ରେୟସ ଆୟରଙ୍କ ସହିତ ଅକ୍ଷର ପଟେଲ ଏବେ କ୍ରିଜ୍ରେ ଅଛନ୍ତି।
ଭାରତ (ପ୍ଲେଇଂ ଏକାଦଶ): ରୋହିତ ଶର୍ମା, ଶୁଭମନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟ କିପର), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ।
ଅଷ୍ଟ୍ରେଲିଆ (ପ୍ଲେଇଂ ଏକାଦଶ): ଟ୍ରାଭିସ୍ ହେଡ୍, ମିଚେଲ ମାର୍ଶ (ଅଧିନାୟକ), ମାଥ୍ୟୁ ସର୍ଟ, ଜୋଶ ଫିଲିପ୍ (ୱିକେଟ କିପର), ମ୍ୟାଟ୍ ରେନଶ, କୁପର କନୋଲି, ମିଚେଲ ଓୱେନ୍, ମିଚେଲ ଷ୍ଟାର୍କ, ନାଥନ୍ ଏଲିସ୍, ମାଥ୍ୟୁ କୁହନେମାନ, ଜୋଶ ହାଜେଲଉଡ୍।
Comments are closed.