Latest Odisha News

BREAKING NEWS

Murder: ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ପିଟି ମାରିଲା ବାପା; ହତ୍ୟାପରେ ପୋଲିସ…

ଢେଙ୍କାନାଳ:ଯୁବତୀଙ୍କୁ ଅସଦାଚରଣ କରି ଯୁବକଙ୍କ ଜୀବନ ଗଲା । ଝିଅକୁ ଅସଦାଚରଣ କରୁଥିବା ନେଇ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କଲା ବାପା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଆଖୁଆପାଳ ଗ୍ରାମରେ ଘଟିଛି ଏଭଳି ଅଭାନୀୟ ଘଟଣା । ହତ୍ୟା କରିବା ପରେ ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ବାପା । ମୃତ ଯୁବକ ଜଣକ ଦଦରାଘାଟି ଫାଣ୍ଡି ଆଖୁଆପାଳ ପଞ୍ଚାୟତର ୧ ନମ୍ବର କଲୋନୀର କରୁଣାକର ବେହେରା ।

ସୂଚନାଥାଉକି, ୧୦ଜଣ ମିଶି ସଂଘବଦ୍ଧ ହତ୍ୟା କରିଥିବା ଅଭିଯୋଗ କଲେ ମୃତକଙ୍କ ବାପା ।

ଖବରମୁତାବକ, ଘଟଣାଟି ଶନିବାର ଘଟିଥିଲେ ମଧ୍ୟ ପୀଡ଼ିତା ଯୁବତୀଙ୍କ ବାପା ରବିବାର ଦଦରା ଘାଟି ଫାଣ୍ଡିରେ ଆତ୍ମସମର୍ପଣ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ରୂପ ପିଙ୍ଗୁଆ । ତାଙ୍କ ଘର ମୋହନ ପଶି ମୁଣ୍ଡା ସାହିରେ ବୋଲି ଜଣାପଡିଛି ।

୧ନମ୍ବର କଲୋନୀର କାଶୀନାଥ ବେହେରାଙ୍କ ପୁଅ କରୁଣାକର ଜେସିବି ହେଲ୍ପର ଭାବେ ତିନି ଦିନ ହେଲା ମୋହନପଶି ଗାଁରେ କାମ କରୁଥିଲେ । ଗତକାଲି ରାତିରେ କରୁଣାକର ଗାଁର ଜଣେ ଯୁବତୀଙ୍କୁ ଅସଦାଚରଣ କରୁଥିବା ସମୟରେ ଯୁବତୀଙ୍କ ବାପା ଦେଖି ଦେଇଥିଲେ । ଏଥିରେ ଉତକ୍ଷିପ୍ତ କରୁଣାକରଙ୍କୁ ହତ୍ୟା କରି ମୃତଦେହକୁ ଗାଁ ନିକଟରେ ଥିବା ଗମ୍ଭାରୀଆ ନାଳ ନିକଟରେ ଫିଙ୍ଗିଦେଇ ଥିବା ହୋଇଛି ଅଭିଯୋଗ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ହତ୍ୟାକାରୀ ରୁପା ପିଙ୍ଗୁଆଙ୍କୁ ଅଧିକ ପଚରାଉଚୁରା ଜାରି ରଖିଛି ।

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଯୁବତୀଙ୍କ ପରିବାର ଓ ଗ୍ରାମବାସୀ ଅଭିଯୁକ୍ତକୁ ପିଟି ପିଟି ମାରିଦେଇଥିବା ଜଣାପଡିଛି । ତେବେ ହତ୍ୟା ପରେ ଗ୍ରାମ ନିକଟରେ ଥିବା ନାଳରେ ମୃତଦେହ ପକାଇ ଦେଇଥିଲେ ।

 

Comments are closed.