Latest Odisha News

BREAKING NEWS

ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡିଲା ମହଙ୍ଗା; ୪ ଗିରଫ

କେନ୍ଦୁଝର: ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ । ଏଭଳି ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗାଁରେ । ଜଣେ ବ୍ୟକ୍ତି ଧାନ କାଟି ଫେରୁଥିବା ବେଳେ ପାଣି ପିଇବା ପାଇଁ ଜଣେ ମହିଳାଙ୍କ ନିକଟକୁ ଯାଇଥିଲେ । ସେହି ସମୟରେ ଗାଁର କିଛି ଯୁବକ ସେମାନଙ୍କ ମଧ୍ୟରେ ଖରାପ ସମ୍ପର୍କ ଥିବା କହି କବାଟ ବନ୍ଦ କରିଦେଇଥିଲେ ।

ପରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ ଜଣାଇଥିଲେ । ଏଥିସହ ଉଭୟଙ୍କୁ ଲଙ୍କା ଗୁଣ୍ଡ ଏବଂ ପାଣି ଢ଼ାଳି ନିର୍ଦ୍ଧୁମ ମାଡ଼ ମାରିଥିଲେ ।

ସୂଚନାଥାଉକି, ପରେ ଉଭୟଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇ ଥିବା ନେଇ ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ମହିଳା ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହି ଗ୍ରାମରୁ ୨ ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ଗିରଫ କରିଛି ।

 

Comments are closed.