Latest Odisha News

BREAKING NEWS

Daringbadi Eco Retreat: ନଭେମ୍ବର ୧୫ରୁ ଓଡ଼ିଶାର କଶ୍ମୀରରେ ଇକୋ ରିଟ୍ରିଟର ମଜା ନେବେ ପର୍ଯ୍ୟଟକ

କନ୍ଧମାଳ: ଆସୁଛି ଶୀତ ଋୁତୁ ବା ପର୍ଯ୍ୟଟନ ଋତୁ । ଏହି ସମୟରେ ରାଜ୍ୟବାସୀଙ୍କୁ ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ମଜା ଦେବାକୁ ଚଳିତ ବର୍ଷ ମଧ୍ୟ ରାଜ୍ୟସରକାରଙ୍କ ଅନୁଦାନରେ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ପ୍ରକଳ୍ପର ଚାଲିଛି ପ୍ରସ୍ତୁତି । ଆସନ୍ତା ନଭେମ୍ବର ୧୫ ତାରିଖରେ ଆରମ୍ଭ ହେବାକୁ ଯାଉଛି ଏହି ଇକୋ ରିଟ୍ରିଟ୍‌ ସେବା ।

ଦାରିଙ୍ଗବାଡ଼ିର ପ୍ରକୃତିର ମନଲୋଭା ଦୃଶ୍ୟକୁ କିଭଳି ପର୍ଯ୍ୟଟକ ଉପଭୋଗ କରିବେ। ଏହାସହ ଅତି ସୁଲଭ ମୂଲ୍ୟରେ ରହିବା ଏବଂ ଖାଇବା ପାଇଁ ସବୁ ଦିଗକୁ ଧ୍ୟାନ ଦିଆଯାଇ ଏହି ଇକୋ ରିଟ୍ରିଟ କରାଯାଉଛି l ଚଳିତ ବର୍ଷ ୨୫ଟି ବିଶାଳପୂର୍ଣ୍ଣ ତମ୍ବୁ ହୋଇଥିବାବେଳେ ପ୍ରତି ତମ୍ବୁର ମୂଲ୍ୟ ୫ ହଜାର ୯୮୬ ଟଙ୍କା ରହିଛି । ବାହାରୁ ପର୍ଯ୍ୟଟକ କିଭଳି ଆସିବେ ସେଥି ନିମନ୍ତେ ଅନ୍ ଲାଇନ୍ ବୁକିଂ କରାଯାଉଛି ।

ଏହି ଇକୋ ରିଟ୍ରିଟ ହେବା ଦ୍ଵାରା ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ଟୁରିଜିମ୍ କ୍ଷେତ୍ରରେ ବ୍ୟାପକ ପ୍ରସାର ହେବ । ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ କିଭଳି ସବୁ ସୁବ୍ୟବସ୍ଥା କରାଯାଇପାରିବ ସେଥି ପ୍ରତି ଜିଲ୍ଲା ଟୁରିଜିମ୍ ପକ୍ଷରୁ ବିଶେଷ ଦୃଷ୍ଟି ରଖାଯାଇଛି ।

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ କାର୍ଯ୍ୟକୁ ନେଇ ଫୁଲବାଣୀ ଆଇଟିଡ଼ିଏ କନଫରେନ୍ସ ହଲରେ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କିଭଳି ସଫଳତାର ସହ ସମ୍ପୂର୍ଣ୍ଣ ହେବ ସେନେଇ ଆଲୋଚନ ହୋଇଥିଲା ।

 

Comments are closed.