Latest Odisha News

BREAKING NEWS

Liquor Factory Seized: ନକଲି ବିଦେଶୀ ମଦ କାରଖାନା ଠାବ, ଲକ୍ଷାଧିକ ଟଙ୍କାର ମଦ ଜବତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ କାରଖାନା ଠାବ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ କନ୍ଦରସିଂହା ପଞ୍ଚାୟତ ଅନ୍ତର୍ଗତ କଟରାପଡ଼ା ଗାଁର ପଦ୍ମିନୀ ନାଏକ । ଏଥିରେ ଜଡିତ ପଦ୍ମିନୀ ନାଏକଙ୍କ ସ୍ବାମୀ ଫେରାର ହୋଇଯାଇଛି ।

ଖବର ମୁତାବକ, ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ କଟରାପଡ଼ା ଗ୍ରାମରେ ନକଲି ବିଦେଶୀ ମଦ କାରଖାନା ଚାଲିଥିବାନେଇ ଖବର ପାଇଥିଲା ଅବକାରୀ ବିଭାଗ । ଏହାପରେ ପରଜଙ୍ଗ, କାମାକ୍ଷାନଗର ଓ ଭୁବନ ଅବକାରୀ ଟିମ୍‌ର ମିଳିତ ଚଢ଼ାଉ କରାଯାଇ ଘଟଣାସ୍ଥଳରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ, ମଦ ତିଆରି ମେଶିନ, ୩୫୦ ଲିଟର ସ୍ପିରିଟ, ବିପୁଳ ବ୍ରାଣ୍ଡେଡ୍‌ ନକଲି ବିଦେଶୀ ମଦ, କାରମେଲ, ଲେବୁଲ ଷ୍ଟିକର, ଠିପି ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।

ଦୀର୍ଘ ଦିନ ଧରି ଏହି ନକଲି ବିଦେଶୀ ବ୍ରାଣ୍ଡେଡ୍‌ ମଦ ତିଆରି କରାଯାଉଥିବାବେଳେ, ଏହି ମଦଗୁଡିକ କେଉଁ ଅଞ୍ଚଳକୁ ଚାଲାଣ କରାଯାଉଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ମଦ କାରଖାନାର ଗୁମର ଖୋଲିବା ନେଇ ତଦନ୍ତ ଜାରି ରଖିଛି ତଦନ୍ତକାରୀ ଟିମ୍ ।

Comments are closed.