ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ୬.୬% ହାରରେ ବଢ଼ିବ। ଏଥିସହିତ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଏହାର ମାନ୍ୟତା ବଜାୟ ରଖିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ଏହାର ୱାର୍ଲଡ ଇକୋନୋମିକ୍ ଆଉଟ୍ଲୁକ୍(ଡବ୍ଲ୍ୟୁଇଓ) ରିପୋର୍ଟରେ ଏହା ଉଲ୍ଲେଖ କରିଛି। ପ୍ରଥମ ତ୍ରୟମାସରେ ଦେଶର ମଜଭୁତ ଅର୍ଥନୈତିକ ପ୍ରଦର୍ଶନକୁ ଆଖି ଆଗରେ ରଖି ଆଇଏମ୍ଏଫ୍ ଏହି ପୂର୍ବାନୁମାନ କରିଛି।
ଆଇଏମ୍ଏଫ୍ ଅନୁସାରେ, ଭାରତ ଅଭିବୃଦ୍ଧି କ୍ଷେତ୍ରରେ ଚୀନ୍କୁ ପଛରେ ପକାଇବ। ଆଲୋଚ୍ୟ ଅବଧିରେ ଚୀନ୍ ୪.୮% ହାରରେ ବଢ଼ିବ ବୋଲି ଅନୁମାନ କରାଯାଇଛି। ବିଭିନ୍ନ ଅର୍ଥବ୍ୟବସ୍ଥାଗୁଡ଼ିକ ଉପରେ ଆମେରିକୀୟ ଟାରିଫ୍ର ପ୍ରଭାବକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସଂଶୋଧିତ ଆକଳନମାନ କରିଛି। ତେବେ ୨୦୨୬ ପାଇଁ ଭାରତର ଅଭିବୃଦ୍ଧି ଅନୁମାନକୁ ଏହା ୬.୨%କୁ ଖସାଇଦେଇଛି।
୨୦୨୫ରେ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ୩.୨% ରହିବ ବୋଲି ଆଇଏମ୍ଏଫ୍ ଆକଳନ କରିଛ । ୨୦୨୬ରେ ଏହା ୩.୧%କୁ ଖସିଯିବ ବୋଲି ଏହା ପ୍ରକାଶ କରିଛି। ଚଳିତବର୍ଷ ବିକଶିତ ଅର୍ଥନୀତିଗୁଡ଼ିକ ହାରାହାରି ୧.୬% ହାରରେ ବଢ଼ିବେ ଏବଂ ବିକାଶମୁଖୀ ଅର୍ଥବ୍ୟବସ୍ଥାଗୁଡ଼ିକ ୪.୨% ହାରରେ ବଢ଼ିବେ ବୋଲି ଆଇଏମ୍ଏଫ୍ ଅନୁମାନ କରିଛି।
Comments are closed.