Latest Odisha News

BREAKING NEWS

IIC Suspended: ଥାନା ଅଧିକାରୀ ନିଲମ୍ବିତ, ବ୍ୟକ୍ତିଙ୍କୁ ଅଟକ ରଖି ଦେଉଥିଲେ ନିର୍ଯାତନା

କଟକ: କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ । ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର।ଙ୍କୁ ନିଲମ୍ବନ କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ । ଟାଙ୍ଗୀ ଥାନାରେ ଜଣେ ବ୍ୟକ୍ତିଙ୍କୁ ବେଆଇନ୍ ଭାବେ ଅଟକ ରଖିବା ସହ ନିର୍ଯାତନା ଦିଆଯାଇଥିବା ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଖବର ମୁତାବକ, କଟକ ଜିଲ୍ଲା ଟାଙ୍ଗୀ ଥାନା ଶାଳଗାଁ ପଞ୍ଚାୟତ ନାଣ୍ଡୁଆ ଗାଁର କୃପାସିନ୍ଧୁ ପ୍ରଧାନଙ୍କ ନାମରେ ଜମିଜମା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ, ବେଆଇନ ଭାବେ କୃପାସିନ୍ଧୁ ପ୍ରଧାନଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ଆଣି ୨ ଦିନ ଧରି ଥାନାରେ ଅଟକ ରଖିଥିଲା ।

ନିର୍ଯାତନାରେ ଗୁରୁତର ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି ସଂପୃକ୍ତ ବ୍ୟକ୍ତି । ଏ ନେଇ ପୋଲିସ ଡିଜିଙ୍କୁ ଅଭିଯୋଗ ହେବାପରେ, ଘଟଣାର ତଦନ୍ତ କରି ଥାନା ଆଇଆଇସି ନିଲମ୍ବିତ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ।

Comments are closed.