Latest Odisha News

BREAKING NEWS

Cyclone Montha: ବାତ୍ୟା ମୋନ୍ଥା ପ୍ରଭାବରେ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା…

ଭୁବନେଶ୍ୱର: ବାତ୍ୟା “ମୋନ୍ଥା” ସୋମବାର ସକାଳ ୮.୩୦ ସମୟରେ ପଶ୍ଚିମକେନ୍ଦ୍ରୀୟ ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ଅଞ୍ଚଳଗୁଡ଼ିକ ଉପରେ ଅବସ୍ଥିତ।

ଏହା ପ୍ରଭାବରେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ସେହିପରି ଏହା ପ୍ରଭାବରେ ଆଗାମୀ ଦୁଇ ଦିନ ପାଇଁ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା, ଝଡ଼ ଏବଂ ଅଶାନ୍ତ ସମୁଦ୍ର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିଝଡ଼ ୧୫ଟି ଜିଲ୍ଲାକୁ ପ୍ରଭାବିତ କରିବ। ଯାହା ମଧ୍ୟରୁ ୮ଟି ରେଡ୍ ଜୋନ୍ ଅଧୀନରେ ରହିଛି ଏବଂ ଏଥିରେ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ହୋଇପାରେ।

ଏହାକୁ ନେଇ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆସନ୍ତାକାଲିଠୁ ୩୦ ଯାଏଁ ୮ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ। ସେହି ଜିଲ୍ଲା ମଧ୍ୟରେ ରହିଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବନ୍ଦ ରହିବ ସ୍କୁଲ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ୍ କରାଯାଇଛି।

ବାତ୍ୟାର ଗତିପଥରେ ସମ୍ଭାବ୍ୟ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, ଦକ୍ଷିଣ ଓଡ଼ିଶାର ଆଠଟି ଜିଲ୍ଲାର ତଳିଆ ଏବଂ ପାହାଡିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଯେଉଁଠାରେ ଭୂସ୍ଖଳନ ସମ୍ଭାବନା ଅଧିକ ସେଠାରୁ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଉଛି।

ଅପରପକ୍ଷରେ ଏହି ଜିଲ୍ଲାଗୁଡ଼ିକର ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଦେଓରଞ୍ଜନ କୁମାର ସିଂହ ସୋମବାର ସୂଚନା ଦେଇଛନ୍ତି।

Comments are closed.