Latest Odisha News

BREAKING NEWS

India vs Australia T20: ଭାରତ-ଅଷ୍ଟ୍ରେଲିଆ ପ୍ରଥମ T20 ବାତିଲ୍

କାନବେରା: ଭାରତ-ଅଷ୍ଟ୍ରେଲିଆ ପ୍ରଥମ T20 ବାତିଲ୍। ବର୍ଷାରେ ଧୋଇଗଲା ମାନୁକା ଓଭାଲର ମ୍ୟାଚ। ଭାରତ ୯୭/୧ ଥିବା ବେଳେ ବର୍ଷା ପାଇଁ ବନ୍ଦ ରହିଥିଲା ମ୍ୟାଚ। ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭରୁ ଦୁଇଥର ପ୍ରଭାବିତ ହୋଇଥିଲା। ତେଣୁ ୧୮ ଓଭର ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ପ୍ରଥମେ ୫ ଓଭର ବେଳେ ଖେଳ ବାଧାପ୍ରାପ୍ତ ହୋଇଥିବା ବେଳେ ପରେ ୧୦ ଓଭର ଚାଲିଥିବା ବେଳେ ମଧ୍ୟ ବର୍ଷା ହୋଇଥିଲା । ଯାହା ପରେ ଖେଳକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବାରୁ ଟିମ୍ ଇଣ୍ଡିଆ ବ୍ୟାଟିଂ କରୁଥିଲା । ୯.୪ ଓଭରରେ ଭାରତ ୯୭/୧ ରନ୍ କରିଥିଲା । ଭାରତର ଗୋଟିଏ ୱିକେଟ ଅଭିଷେକ ଶର୍ମାଙ୍କର ଯାଇଥିଲା।

ପରେ ଶୁବମନ ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବ ଭଲ ବ୍ୟାଟିଂ କରୁଥିଲେ । ଶୁବମନ ଗିଲ୍ ୩୭ ରନ୍ ଏବଂ ସୂର୍ଯ୍ୟକୁମାର ଯାଦବ ୩୯ ରନ୍ କରିଥିଲେ । ହେଲେ ଲଗାତାର ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇପାରିଲା ନାହିଁ । ତେଣୁ ପ୍ରଥମ ଟି୨୦ ମ୍ୟାଚ୍ ବାତିଲା କରାଯାଇଛି । ଦ୍ବିତୀୟ ଟି୨୦ ମ୍ୟାଚ ୩୧ ଅକ୍ଟୋବରରେ ମେଲବର୍ଣ୍ଣରେ ଖେଳାଯିବ ।

 

Comments are closed.