Latest Odisha News

BREAKING NEWS

ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ; ଓଆଇଏସ ଅଧିକାରୀ ତନୁଜା ମହାନ୍ତି ନିଲମ୍ୱିତ

ଭୁବନେଶ୍ୱର: ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ ଓଡ଼ିଶା ସୂଚନା ସେବା (ଓଆଇଏସ) ଅଧିକାରୀ ତନୁଜା ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନିଲମ୍ବନ ଅବଧି ମଧ୍ୟରେ ସେ ଭୁବନେଶ୍ୱର ସ୍ଥିତ ରାଜ୍ୟ ମୁଖ୍ୟାଳୟରେ ରହିବେ। ତାଙ୍କୁ ସକ୍ଷମ ଅଧିକାରୀଙ୍କ ଅନୁମତି ବିନା ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପ୍ରତିଦିନ ଆଇ ଆଣ୍ଡ ପିଆର ବିଭାଗର ନିର୍ଦ୍ଦେଶକ (ଟେକ୍ନିକାଲ୍)ଙ୍କ ନିକଟରେ ରିପୋର୍ଟ କରିବାକୁ ପଡିବ ବୋଲି କୁହାଯାଇଛି।

ଅପରପକ୍ଷରେ ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ୮ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରଚାର ପ୍ରସାର ଚଳାଇଛନ୍ତି।

 

Comments are closed.