ପୁରୀ: ପୁଣି ପୁରୀ ପୋଲିସକୁ ବଡ଼ ସଫଳତା । ଅପରେସନ ଚକ୍ର ଅଭିଯାନରେ ଜବତ ହୋଇଛି ୧୫୧ ଗ୍ରାମର ବ୍ରାଉନସୁଗାର । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୬ ଲକ୍ଷ ୩୦ ହଜାର ୭ ଟଙ୍କା ଜବତ ହୋଇଛି ।
ଖବର ମୁତାବକ, ବ୍ରାଉନସୁଗାର କାରବାର ନେଇ ପୁରୀ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ଅପରେସନ ଚକ୍ର ଆଧାରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୁରୀ ପୋଲିସ । ଚଢାଉ ସମୟରେ ଅଭିଯୁକ୍ତଙ୍କ ଠାରୁ ୧୫୧ ଗ୍ରାମର ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିଥିଲା ।
ତେବେ ଗିରଫ ୪ ଜଣ ଅଭିଯୁକ୍ତଙ୍କ ଠାରୁ ୭ ଟି ମୋବାଇଲ ଫୋନ୍, ଗୋଟିଏ ଚାରି ଚକିଆ ଗାଡି, ଗୋଟିଏ ବୁଲେଟ, ଦୁଇଟି ବାଇକ ଜବତ କରିବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
Comments are closed.