ନୂଆପଡ଼ା: ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେବାରେ ଲାଗିଲାଣି ନୂଆପଡ଼ା ମାହୋଲ। ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ। ଏହା ପୂର୍ବରୁ ପ୍ରଚାର ଘମାସାନ। ତିନି ଦଳର ନେତା ଓ ପ୍ରାର୍ଥୀ ଝାଳବୁହା କ୍ୟାମ୍ପେନ ଚଳାଇଛନ୍ତି। ଆସନ୍ତାକାଲି ପୁଣି ନୂଆପଡ଼ା ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ନୂଆପଡ଼ା ଓ ଖରିଆର ରୋଡରେ କରିବେ ପ୍ରଚାର। ଆସନ୍ତାକାଲି ନୂଆପଡ଼ା ଯାଇ ଦୁଇଟି ଜନସଭାକୁ ସମ୍ବୋଧନ କରିବେ। ରୋଡ ସୋ କରି ବିଜେଡି ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ଭିଡିଓ ବାର୍ତ୍ତାରେ ନୂଆପଡ଼ାବାସୀଙ୍କୁ ନିଜର ଗସ୍ତ ନେଇ ସୂଚନା ଦେଇଛନ୍ତି। ଆପଣଙ୍କ ପାଖକୁ ଆସିବି, ଦୁଇ ପଦ କଥା ହେବି ଆଶୀର୍ବାଦ ମାଗିବି ବୋଲି କହିଛନ୍ତି ନବୀନ।
କୋମନା ସଭା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ନବୀନଙ୍କ କୋମନା ନିର୍ବାଚନୀ ସଭା ପରେ ବଦଳିଛି ନୂଆପଡ଼ା ରାଜନୀତି। ବିଜେଡି ଦମଦାର କ୍ୟାମ୍ପେନ କରି ଭୋଟରଙ୍କ ନିକଟରେ ପହଞ୍ଚିଛି। ଖରିଆର ରୋଡର ବିଭିନ୍ନ ୱାର୍ଡରେ ସ୍ନେହାଙ୍ଗିନୀ ଛୁରିଆ ଜୋରଦାର ପ୍ରଚାର କରିଛନ୍ତି। ସୂଚନା ଥାଉକି ଗତ ୩ ତାରିଖରେ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରି ବିଜେପିକୁ ଜୋରଦାର ଟାର୍ଗେଟ କରିଥିଲେ। ଯାହାକୁ ନେଇ ରାଜନୀତି ଜୋର ଧରିଥିଲା।
Comments are closed.