Latest Odisha News

ଜାଣନ୍ତୁ, ‘ମକର ସଂକ୍ରାନ୍ତି’ରେ କିପରି ପାଇବେ ସୂର୍ଯ୍ୟଦେବଙ୍କ ସାନ୍ନିଧ୍ୟ…

ଭୁବନେଶ୍ୱର: ପବିତ୍ର ମକର ସଂକ୍ରାନ୍ତି । ସୂର୍ଯ୍ୟଦେବଙ୍କ ମକର ରାଶିକୁ ଗମନ । ପୁଣି ଏହାକୁ ରବି ସଂକ୍ରମଣ ବୋଲି କୁହାଯାଏ । ଏହି ଦିନ ରେ ସୂର୍ଯ୍ୟଙ୍କର ଗତି ଉତ୍ତାରାୟନ ହୋଇଯାଏ । ଦେବାଦେବୀଙ୍କୁ ଏହିଦିନ ମକର ଚାଉଳ ଭୋଗ ଓ ତିଲୋଇ ଖଜା ଭୋଗ ଅର୍ପଣ କରାଯାଇଥାଏ । ପୁରାଣ ମତରେ ମକର ଗଙ୍ଗମାତାଙ୍କର ବାହନ ଓ କାମଦେବ ଙ୍କ ଧ୍ୱଜ । ଏହି ଦିନ ଠାରୁ ସୂର୍ଯ୍ୟ ପୁଣି ଉତ୍ତର ଦିଗକୁ ଫେରନ୍ତି । ଗୀତ ଓ ଉପନିଷଦ ଅନୁସାରେ ଏହି ସମୟ ଜୀବର ବ୍ରହ୍ମ ପ୍ରାପ୍ତି ଲାଗି ଅତି ସହାୟକ ।

ଏହି ମାର୍ଗକୁ ସର୍ବୋତ୍ତମ ମାର୍ଗ ରୂପେ ଭୀଷ୍ମ ପିତାମହ ସ୍ବୀକାର କରି ଶର ବିଦ୍ଧ ହୋଇ ଅସହ୍ୟ ଯନ୍ତ୍ରଣା ରେ ରହି ମଧ୍ୟ ଉତ୍ତାରାୟନ କୁ ଅପେକ୍ଷା କରିଥିଲେ। ପୁଣି ଏହି ଦିନ ରେ ଗଙ୍ଗାସାଗର ମେଳା ହୁଏ । ଏହାର ମଧ୍ୟ ପୁରାଣ କଥା ରହିଛି ।

ତେବେ ଅନେକ ନିୟମ ରହିଛି ଏହି ଦିନ ରେ ।ତାହାକୁ ପାଳନ କରିଲେ ଜୀବନର ସବୁ କଷ୍ଟ ରୁ ମୁକ୍ତି ମିଳିଥାଏ ।ଗଙ୍ଗା ନଦୀ କିମ୍ବା ଅନ୍ୟ ପବିତ୍ର ନଦୀରେ ସାନ୍ନ କରି ସୂର୍ଯ୍ୟଙ୍କୁ ପୂଜା କରନ୍ତୁ । ଏହା ସହ ଗରିବଙ୍କୁ ଅନ୍ନ ଦାନ,ବସ୍ତ୍ର ଦାନ କରିବା ଉଚିତ ।

ଯଦି କୌଣସି ଗାଈକୁ ଘାସ ଖାଇବାକୁ ଦିଅନ୍ତୁ । ଘରକୁ ଗୋଟିଏ ନୂଆ ଝାଡୁ ବି କିଣି ଆଣନ୍ତୁ ।ମା ଲଷ୍ମୀଙ୍କ କୃପା ମିଳିବ। ଆଉ ଗୋଟିଏ କଥା ଏହି ଦିନ ରେ ଘରର ମୁରବି ମାନଙ୍କୁ ଉଚିତ ସମ୍ମାନ ଦେବା ଉଚିତ ।

ଘରେ ରାଶି ମିଶ୍ରିତ ଖେଚୁଡ଼ି ବନାଇ ବ୍ରାହ୍ମଣ ଙ୍କୁ ଭୋଜନ ଦିଅନ୍ତୁ ଓ ନିଜେ ଖାଆନ୍ତୁ ।ଏପରି କିଛି ନିୟମ ପାଳନ କରିଲେ ସୂର୍ଯ୍ୟଦେବଙ୍କ କୃପା ନିଶ୍ଚିତ ମିଳିବ ।

Leave A Reply

Your email address will not be published.