Latest Odisha News

BREAKING NEWS

ମକର ସଂକ୍ରାନ୍ତିରେ ଏହିସବୁ ବସ୍ତୁ ଦାନ କରନ୍ତୁ, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଆନ୍ତୁ…

ଭୁବନେଶ୍ୱର: ମକର ସଂକ୍ରାନ୍ତି ହିନ୍ଦୁମାନଙ୍କ ପ୍ରମୁଖ ପର୍ବମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପର୍ବ ଅଟେ। ବହୁ ଆନନ୍ଦ ଉଲ୍ଲାସର ସହ ଏହି ପର୍ବକୁ ପାଳନ କରିଥାଆନ୍ତି ।

ଏହା ପାଳନ କରିବାର ସବୁଠାରୁ ବଡ଼ କାରଣ ହେଉଛି ଏହି ଦିନରେ ଭଗବାନ ସୂର୍ଯ୍ୟଦେବ ଧନୁ ରାଶି ଠାରୁ ମକର ରାଶିରେ ପ୍ରବେଶ କରନ୍ତି। ଏହି ଦିନରେ ଦାନ ଓ ଧର୍ମର ବିଶେଷ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ ସୂର୍ଯ୍ୟଙ୍କ ଆରାଧାନାର ବିଶେଷ ପର୍ବ ମକର ସଂକ୍ରାନ୍ତି ପାଳନ କରିବା ଦ୍ୱାରା ପାପର ନାଶ ହୋଇଥାଏ ।

ମକର ସଂକ୍ରାନ୍ତି ସହ ଜଡ଼ିତ କେତୋଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:

  • ଏହି ଦିନରେ କାଠ, ରାଶି ଲଡ଼ୁ, ଅନ୍ନ, ବିରି ଡ଼ାଲି, ଚାଉଳ, ପାମ୍ପଡ଼, ଘିଅ, ଗୁଡ଼, ଲୁଣ, କମଳ, ବସ୍ତ୍ର ଦାନ କରିବା ଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି
  • ଗରିବ ଓ ଅସହାୟ ଲୋକଙ୍କୁ ଗୁଡ଼ ଓ କମଳ ଦାନ କରିବା ଉଚିତ
  • ଏହି ଦିନ ପ୍ରାତଃ ସ୍ନାନ କରି ସୂର୍ଯ୍ୟଙ୍କୁ ଲାଲ ପୁଷ୍ପ ଅର୍ପଣ କରିବା ଦ୍ୱାରା ଜୀବନର ବାଧାବିଘ୍ନ ଦୂର ହୋଇଥାଏ
  • ଏହି ପର୍ବ ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଏ
  • ଏହି ଦିନରେ ଭାରତର ପବିତ୍ର ନଦୀ ମଧ୍ୟରୁ ଯେକୌଣସି ନଦୀରେ ସ୍ନାନ କରିବା ଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଯାହା ଫଳରେ ଏହି ଦିନର ମହତ୍ତ୍ୱ ଅଧିକ ବଢିଯାଏ
  • ଏହି ଦିନରେ ଖାଦ୍ୟରେ ସବୁଠାରୁ ଅଧିକ ଅନ୍ନ ତଥା ଖେଚୁଡ଼ି ଖାଇବା ଅତ୍ୟନ୍ତ ଶୁଭ ବୋଲି ମଧ୍ୟ ମାନ୍ୟତା ରହିଛି
  • ଏହି ଉତ୍ସବକୁ ବେଶ ଧୁମଧାମର ସହ ପାଳନ କରିବା ସହ ବହୁ ସ୍ଥାନରେ ଗୁଡ଼ି ଉଡ଼ାଇବା ପ୍ରତିଯୋଗିତା ମଧ୍ୟ କରାଯାଇଥାଏ
  • ଏହି ଦିନରେ ଲୋକେ ନିଜ ଘରେ ରାଶିର ଲଡ଼ୁ ମଧ୍ୟ ପ୍ରସ୍ତୁତ କରିଥାଆନ୍ତି। ଏହାକୁ ନିଜ ପଡ଼ୋଶୀ ଓ ପ୍ରିୟଜନଙ୍କୁ ମଧ୍ୟ ବାଣ୍ଟି ଥାଆନ୍ତି
Leave A Reply

Your email address will not be published.