ମୁମ୍ବାଇ: ଥ୍ରୀ ଇଡିଏଟ୍ସ ଓ ପିକେ ଫିଲ୍ମ ମାଧ୍ୟମରେ ଅମୀର ଖାଁ ଓ ରାଜକୁମାର ହିରାନୀ ଦର୍ଶକଙ୍କ ପାଖରେ ବେଶ ପରିଚିତ । ଉଭୟ ଦାଦାସାହେବ ଫାଲକେଙ୍କ ବାୟୋପିକ କରିବା ନେଇ ଅଂଟା ଭିଡିଥିଲେ । ପ୍ରଶଂସକମାନେ ମଧ୍ୟ ବେଶ ଉତ୍ସୁକ ଥିଲେ । ତେବେ ଏହାର ସ୍କ୍ରିପ୍ଟ ଅମୀରଙ୍କୁ ପସନ୍ଦ ଆସି ନ ଥିଲା । ବର୍ତମାନର ଯୁବପିଢ଼ୀଙ୍କ ପାଇଁ ଏଥିରେ କିଛି ନ ଥିଲା । ୨/୪ ଥର ସ୍କ୍ରିପ୍ଟ ବଦଳାଇଯିବା ସତ୍ୱେ ଏବେ ଏହାକୁ ବନ୍ଦ କରିବା ପାଇଁ ରାଜକୁମାର ନିଷ୍ପତି ନେଇଛନ୍ତି । ଯଦି ଫିଲ୍ମ ଠିକ ଭାବେ ନ ହେବ ତାହାହେଲେ ଏହା ପରୋକ୍ଷରେ ଦାଦାସାହେବ ଫାଲକେଙ୍କ ପ୍ରତି ଅସମ୍ମାନ ହେବ । ଯେ ପର୍ଯ୍ୟନ୍ତ ଏହି ଫିଲ୍ମ ନେଇ ଭଲ ସ୍କ୍ରିପ୍ଟ ନ ମିଳିବ କରାଯିବ ନାହିଁ ବୋଲି ଉଭୟ ସହମତ ହୋଇଛନ୍ତି ।
ଅମୀର ଓ ରାଜକୁମାର ଆଉ ଏକ ନୂତନ ପ୍ରୋଜେକ୍ଟରେ ଖୁବ ଶୀଘ୍ର କାମ କରିବେ ବୋଲି ଜଣାପଡିଚି । ଇତି ମଧ୍ୟରେ ଅମୀର ୨୦୨୬ ଆରମ୍ଭରେ ତାଙ୍କର ନୂଆ ଫିଲ୍ମ ନାମ ଘୋଷଣା କରିପାରନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ପ୍ରକାଶ ପାଇଛି । ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମମେକର ଏସଏସ ରାଜମୌଲୀ ମଧ୍ୟ ଦାଦାସାହେବଙ୍କ ଉପରେ ଫିଲ୍ମର ଘୋଷଣା କରିଥିଲେ । ସେ ମଧ୍ୟ ଏହାକୁ ଆଉ କିଛି ଦିନ ପାଇଁ ଘୁଂଚାଇ ଦେଇଛନ୍ତି ।
Comments are closed.