Latest Odisha News

BREAKING NEWS

Baliyatra 2025: ବାଲିଯାତ୍ରାରେ ଟଳିଲା ବଡ଼ ଧରଣର ଅଘଟଣ;ଦୋଳି ହେଲା ଅଚଳ…ଫସିଲେ ୧୬

କଟକ:ଐତିହାସିକ କଟକ ବାଲିଯାତ୍ରାରେ ଟଳିଲା ବଡ ବିପଦ । ଏକ ଦୋଳି ଅଚଳ ହେବାରୁ ଶୂନ୍ୟରେ ଏଥିରେ ବସିଥିବା ୧୬ ଜଣ ଲୋକ ଫସି ରହିଥିଲେ । ଏକ ଦୋଳିର ମଟରଟି ଖରାପ ହୋଇଯାଇଥିଲା । ଏଥିରେ ଲୋକଙ୍କ ସହ କୁନିକୁନି ପିଲା ଫସିଯାଇଥିଲେ । ୨ ଘଣ୍ଟା ଧରି ୭୦ ଫୁଟ୍‌ ଉପରେ ଏମାନେ ଫସି ରହିଥିବା ସୂଚନା ରହିଛି ।

ସୂଚନାପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଥିବା ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ପ୍ରାୟ ୧୬ ଜଣ ଲୋକ ଏକ ବୃହତ୍‌କାୟ ହାମର ଭଳି ଜେସିବି ​‌​‌ଦୋଳିରେ ବସି ମଜା ନେଉଥିବାବେଳେ ହଠାତ୍ ତାହା ବନ୍ଦ ହୋଇଯିବାରୁ ପ୍ରାୟ ୭୦ ଫୁଟ ଉଚ୍ଚରେ ସେମାନେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଫସି ରହିଥିଲେ। ପରେ ଏକ ବ୍ରୋଣ୍ଟୋ ସ୍କାଇଲିଫ୍ଟ ମେଳା ପଡିଆକୁ ଅଣାଯାଇ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଉଦ୍ଧାର କରାଯାଉଛି। ଅଗ୍ନିଶମ ବିଭାଗ ସହାୟତାରେ ରାତି ୧୨ଟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

ଖବରମୁତାବକ, ଦୋଳି ବୁଲୁଥିବାବେଳେ ହଠାତ୍ ମୋଟର ଅକାମୀ ହୋଇପଡିଥିଲା। ଫଳରେ ଉଭୟ ପଟେ ୮ ଜଣ ଲେଖାଏଁ ଲୋକ ଫସି ଯାଇଥିଲେ। ଦୋଳିକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ଏହାର ଅପରେଟର ତୁରନ୍ତ ବ୍ରେକ୍‌ ଲଗାଇଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଥିଲା।

 

 

Comments are closed.