Latest Odisha News

BREAKING NEWS

ବହୁ ପ୍ରଚେଷ୍ଟା ପରେ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲାର ଏକ ଗାଁ ନିକଟ କୂଅରୁ ଶନିବାର ଦିନ ଏକ ହାତୀ ଛୁଆକୁ ସଫଳତାର ସହ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଜିଲ୍ଲାର ମୁରିବାହାଲ ବନାଞ୍ଚଳ ଅନ୍ତର୍ଗତ ଲତାସାହଡା ଗ୍ରାମ ନିକଟରେ ଏହି ଘଟଣା ଘଟିଛି।

ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଛୁଆଟି ଏକ ଧାନ କ୍ଷେତରେ ଥିବା ଖୋଲା କୂଅରେ ଦୁର୍ଘଟଣାବଶତଃ ପଡ଼ିଯାଇଥିଲା। ସୂଚନା ପାଇବା ପରେ ମୁରିବାହାଲ ବନାଞ୍ଚଳ ରେଞ୍ଜ, ମୁରିବାହାଲ ପୋଲିସ, ଅଗ୍ନିଶମ ସେବା ଏବଂ ବଲାଙ୍ଗୀର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ର ଦଳ ଘଟଣାସ୍ଥଳକୁ ଯାଇଥିଲେ।

ଉଦ୍ଧାରକାରୀ ଦଳ ଦ୍ୱାରା ଏକ ଜେସିବି ମେସିନ୍ ବ୍ୟବହାର କରି କୂଅ ଚାରିପାଖରେ ସତର୍କତାର ସହିତ ଖୋଳିବା ସଙ୍ଗେସଙ୍ଗେ ଏହାକୁ ପ୍ରଶସ୍ତ କରାଯାଇଥିଲା। ଯାହା ଫଳରେ କୌଣସି ଆଘାତ ବିନା ହାତୀ ଛୁଆକୁ ସଫଳତାର ସହ ବାହାର କରାଯାଇଥିଲା। ଅପରପକ୍ଷରେ ବନ ଅଧିକାରୀମାନେ କହିଛନ୍ତି ଯେ ହାତୀ ଛୁଆଟି ସୁରକ୍ଷିତ ଅଛି ଏବଂ ଖୁବ୍ ଶୀଘ୍ର ସେ ହାତୀ ପଲଙ୍କ ସହିତ ମିଶିଯିବ। ଯେଉଁମାନେ କି ମୁରିବାହାଲ ରେଞ୍ଜରେ ବୁଲୁଛନ୍ତି।

Comments are closed.