Latest Odisha News

BREAKING NEWS

ପୋଲିସ ଓ ବିଏସଏଫକୁ ଆଉ ଏକ ସଫଳତା, ଗୁମ୍ଫାରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଜବତ

ମାଲକାନଗିରି: ପୋଲିସ ଓ BSFକୁ ମିଳିଛି ଆଉ ଏକ ସଫଳତା। ଏକ ଗୁମ୍ଫାରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଜବତ ହୋଇଛି। କାଲିମେଳା ଥାନା ଦୁଲାଗୁଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରକକୁ ଜବତ କରିଛନ୍ତି ପୋଲିସ ଓ ବିଏସଏଫ। ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ରହିଛି ଗୋଟିଏ ବନ୍ଧୁକ, ଜୀବନ୍ତ ଗୁଳି, ଜିଲେଟିନ ଷ୍ଟିକ୍, ଲ୍ୟାଣ୍ଡ ମାଇନ। ଏହା ଆଉ ଏକ ବଡ଼ ସଫଳତା କୁହାଯାଉଛି।

ସୂଚନା ଥାଉକି ଆଜି ମାଓବାଦୀ ସଙ୍ଗଠନର ଏକ ଦମ୍ପତି କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଛତିଶଗଡ଼ ସୁକମା ଜିଲ୍ଲା ପାରଲାଗାଟା ଗ୍ରାମର ଉଙ୍ଗା କଲମା ଓରଫ କିଶୋର ଓ ସୁକମା ଜିଲ୍ଲା ବାଜେ ଥାନା ଗୁମୁ ପଞ୍ଚାୟତର କିଣ୍ଡରାମ ଗ୍ରାମର ମାସେ ମାଣ୍ଡଭୀ। ଏମାନେ ୨୦୧୮ ମସିହାରେ ଲାଲ ବାହିନୀରେ ଯୋଗ ଦେଇ ବାଶଧାରା-ଘୁମୁସର-ନୟାଗଡ଼(ବିଜିଏନ) ସଙ୍ଗଠନରେ ପାର୍ଟି ମେମ୍ବର ହିସାବରେ କାମ କରୁଥିଲେ। ଦକ୍ଷିଣ-କେନ୍ଦ୍ର ଓଡିଶା ମଧ୍ୟ ଦେଇ ଲାଲବାହିନୀର ଉତ୍ତର-ଦକ୍ଷିଣ କରିଡରକୁ ପୁନଃ ସକ୍ରିୟ କରିବା ପାଇଁ ଏମାନେ କାମ କରୁଥିଲେ।

ସେହିପରି ଛତିଶଗଡ଼ ସୁକମା ଜିଲ୍ଲାରେ ଜିଲ୍ଲା ରିଜର୍ଭ ଗାର୍ଡ (DRG) ଅପରେସନରେ ଏପର୍ଯ୍ୟନ୍ତ ତିନି ଜଣ ମାଓବାଦୀ ନିହତ ହୋଇଥିବା ନିଶ୍ଚିତ କରାଯାଇଛି। ନିହତଙ୍କ ମଧ୍ୟରେ ଜନମିଲିସିଆ କମାଣ୍ଡର ତଥା କୁଖ୍ୟାତ ସ୍ନାଇପର ମାଡଭି ଦେବା ଅଛନ୍ତି। ଏନକାଉଣ୍ଟର ସ୍ଥଳରୁ ଏକ.୩୦୩ ରାଇଫଲ୍ ଏବଂ ଏକ BGL ଲଞ୍ଚର୍ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରାଯାଇଛି।

Comments are closed.