Latest Odisha News

BREAKING NEWS

Al Falah University: ଦିଲ୍ଲୀ ବିସ୍ଫୋରଣ ପରେ ମନି ଲଣ୍ଡରିଂ ମାମଲାରେ ଅଲ ଫଲାହ ପ୍ରତିଷ୍ଠାତା ଜାଭେଦ ଗିରଫ

ନୂଆଦିଲ୍ଲୀ: ଆତଙ୍କର କେନ୍ଦ୍ର ପାଲଟିଥିବା ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଜାଭେଦ ଅହମଦ ସିଦ୍ଦିକିଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଆର୍ଥିକ ଠକେଇ ମାମଲାରେ ଗିରଫ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଦିନ ଅଲ୍‌ ଫଲାହ ଗ୍ରୁପର ଅଧ୍ୟକ୍ଷ ଜାଭେଦ ଅହମ୍ମଦ ସିଦ୍ଦିକିଙ୍କୁ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ୨୦୦୨ର ଧାରା ୧୯ ଅନୁଯାୟୀ ଗିରଫ କରିଛି।

ଗିରଫ ପରେ ଜାଭେଦ ସିଦ୍ଦିକିଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ପରେ ତାଙ୍କୁ ସାକେତ କୋର୍ଟରେ ହାଜର କରାଯାଇଥିଲା। ଦିଲ୍ଲୀ ବିସ୍ଫୋରଣ ମାମଲାରେ ତଦନ୍ତ ପ୍ରକ୍ରିୟା ଅଧୀନରେ ଅଲ୍ ଫଲାହ ଗ୍ରୁପ୍ ସହିତ ଜଡିତ ସ୍ଥାନଗୁଡ଼ିକରେ ଚଢାଉ ସମୟରେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ପ୍ରମାଣକୁ ଆଧାର କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଦ୍ୱାରା ପଞ୍ଜିକୃତ ଦୁଇଟି ଏଫଆଇଆର ଆଧାରରେ ଇଡି ତଦନ୍ତ ଆରମ୍ଭ କରିଥିଲା। ଏଫ୍‌ଆଇଆର୍‌ରେ ଅଭିଯୋଗ କରାଯାଇଛି ଯେ ଫରିଦାବାଦ ସ୍ଥିତ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ NAAC ଦ୍ୱାରା ସ୍ୱୀକୃତିପ୍ରାପ୍ତ ହେବାର ମିଥ୍ୟା ଦାବି କରିଥିଲା

UGCର ଧାରା 12(B) ଅନୁଯାୟୀ ସ୍ୱୀକୃତି ପାଇବା ବିଷୟରେ ମିଥ୍ୟା ସୂଚନା ପ୍ରଦାନ କରାଯାଇଥିଲା। UGC ସ୍ପଷ୍ଟ କରିଛି ଯେ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ କେବଳ ଧାରା 2(f) ଅନୁଯାୟୀ ଏକ ରାଜ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ଭାବରେ ତାଲିକାଭୁକ୍ତ। ଏହା ଧାରା 12(B) ଅନୁଯାୟୀ ସ୍ୱୀକୃତି ପାଇଁ କେବେ ଆବେଦନ କରିନାହିଁ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦଳ ମଙ୍ଗଳବାର ଦିଲ୍ଲୀର ୧୯ଟି ସ୍ଥାନରେ ଚଢାଉ କରିଥିଲା, ଯେଉଁଥିରେ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ଏବଂ ଏହି ଟ୍ରଷ୍ଟ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ଘର ଅନ୍ତର୍ଭୁକ୍ତ। ଚଢାଉ ସମୟରେ ₹୪୮ ଲକ୍ଷରୁ ଅଧିକ ନଗଦ, ଅନେକ ଡିଜିଟାଲ୍ ଡିଭାଇସ୍, ଅପରାଧିକ ଦସ୍ତାବିଜ୍ ଏବଂ ଅନେକ ସେଲ୍ କମ୍ପାନୀର ପ୍ରମାଣ ସମେତ ଜବତ କରାଯାଇଥିଲା।

ଇଡି କହିଛି ଯେ ଜାଭେଦ ଅହମ୍ମଦ ସିଦ୍ଦିକି ଟ୍ରଷ୍ଟ ଏବଂ ଏହାର ଆର୍ଥିକ ନିଷ୍ପତ୍ତିର ପ୍ରକୃତ ନିୟନ୍ତ୍ରକ। ମିଳିଥିବା ପ୍ରମାଣରୁ ଜଣାପଡିଛି ଯେ ସେ ବିଭିନ୍ନ ଉପାୟରେ ଅପରାଧିକ ଅର୍ଥକୁ ଲୁଚାଇ ରଖିଥିଲେ ଏବଂ ହେରଫେରର କରିଥିଲେ। ଏହି ପ୍ରମାଣକୁ ଆଧାର କରି, ଆଇନଗତ ପ୍ରକ୍ରିୟା ପରେ ତାଙ୍କୁ ଗିରଫ କରାଯାଇଥିଲା।

 

 

Comments are closed.