Latest Odisha News

BREAKING NEWS

ପୁରଷ ଦିବସ କିଏ କଳ୍ପନା କରିଥିଲେ ପୁରିଷ ନା ମହିଳା ? ଏହା ପଛର ରହସ୍ୟ ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଆମେ ପ୍ରାୟତଃ ମହିଳା ଦିବସ, ମାତୃ ଦିବସ କିମ୍ବା ମହିଳା ସଶକ୍ତିକରଣ ଭଳି ବିଶେଷ ଦିବସ ବିଷୟରେ ଶୁଣୁଛୁ ଓ ପଢୁଛୁ। କିନ୍ତୁ ଆପଣ ଜାଣନ୍ତି କି, ବିଶ୍ୱରେ ପୁରୁଷଙ୍କ ପାଇଁ ମଧ୍ୟ ଏକ ବିଶେଷ ଦିବସ ପାଳନ କରାଯାଏ? ପ୍ରତିବର୍ଷ ୧୯ ନଭେମ୍ବର ଦିନ ଆନ୍ତର୍ଜାତୀୟ ପୁରୁଷ ଦିବସ (International Men’s Day) ପାଳନ କରାଯାଏ। ଏହି ଦିବସ ସେହି ସବୁ ପୁରୁଷଙ୍କୁ ଧନ୍ୟବାଦ ଜଣାଇବାର ଏକ ସୁଯୋଗ, ଯେଉଁମାନେ ପରିବାର, ସମାଜ ଓ ସମ୍ପର୍କରେ ପରିଶ୍ରମ କରି ନିଜର ଦାୟିତ୍ୱ ନିର୍ବାହ କରନ୍ତି।

ବଡ଼ କଥା ହେଲା, ପୁରୁଷଙ୍କ ଭାବନା, ଚାପ କିମ୍ବା ମାନସିକ ସ୍ୱାସ୍ଥ୍ୟ ବିଷୟରେ ଖୁବ କମ୍ ଆଲୋଚନା ହୋଇଥାଏ। ଠିକ୍ ଏହି କାରଣରୁ ଆନ୍ତର୍ଜାତୀୟ ପୁରୁଷ ଦିବସର ଆରମ୍ଭ ହୋଇଥିଲା, ଯାହାଦ୍ୱାରା ବିଶ୍ୱ ପୁରୁଷଙ୍କ ଯୋଗଦାନ ଓ ସଂଘର୍ଷକୁ ମଧ୍ୟ ବୁଝିପାରିବ।
ପୁରୁଷ ଦିବସର ଆଇଡିଆ କାହା ମୁଣ୍ଡରୁ ବାହାରିଥିଲା?
ବହୁ ଲୋକଙ୍କୁ ଏହା ଜଣା ନାହିଁ ଯେ, ପୁରୁଷ ଦିବସର ଧାରଣା ବହୁତ ପୁରୁଣା। ୧୯୬୦ ଦଶକରେ ଏହାକୁ ପାଳନ କରିବାକୁ ଚେଷ୍ଟା ହୋଇଥିଲା, କିନ୍ତୁ ପ୍ରକୃତ ରୂପ ଓ ପରିଚୟ ଏହା ୧୯୯୯ ମସିହାରେ ପାଇଥିଲା। ୧୯ ନଭେମ୍ବରକୁ ପୁରୁଷ ଦିବସ ଭାବେ ପ୍ରସ୍ତାବ କରିଥିଲେ ତ୍ରିନିଦାଦ ଓ ଟୋବାଗୋର ଇତିହାସବିତ ତଥା ପ୍ରଫେସର ଡା. ଜେରୋମ ତିଲକ ସିଂ (Dr. Jerome Teelucksingh)। ନିଜ ପିତାଙ୍କ ଯୋଗଦାନରୁ ପ୍ରେରିତ ହୋଇ ସେ ଏହି ତାରିଖ ବାଛିଥିଲେ। ତାଙ୍କ ଭାବନା ଥିଲା – ଯେମିତି ମହିଳା ଦିବସ ଅଛି, ସେମିତି ପୁରୁଷଙ୍କ ପାଇଁ ମଧ୍ୟ ଏକ ଦିନ ରହୁ, ଯାହାଦ୍ୱାରା ସେମାନଙ୍କ ସମସ୍ୟା ଓ ଭୂମିକା ଉପରେ ଖୋଲାଖୋଲି ଆଲୋଚନା ହୋଇପାରିବ। ଏହି ଧାରଣାକୁ ପରେ UNESCO ସହ ଅନେକ ଅନ୍ତର୍ଜାତୀୟ ସଂଗଠନ ସମର୍ଥନ ଦେଇଥିଲେ ଏବଂ ଏହି ଦିବସ ବିଶ୍ୱର ଅନେକ ଦେଶରେ ପାଳନ ହେବାକୁ ଲାଗିଲା।
ଭାରତରେ ପୁରୁଷ ଦିବସ କିଏ ଆଣିଥିଲେ? ସତ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ
ଭାରତରେ ଆନ୍ତର୍ଜାତୀୟ ପୁରୁଷ ଦିବସର ଶୁଭାରମ୍ଭ ଏକ ମହିଳା କରିଥିଲେ। ହେଲେ ହଁ, ହାଇଦ୍ରାବାଦର ଲେଖିକା ଉମା ଚଲ୍ଲା (Uma Challa) ଏହି କାମ କରିଥିଲେ। ଉମା ଆମେରିକାରେ ରହୁଥିବା ବେଳେ ସେଠାରୁ ପୁରୁଷଙ୍କ ଅଧିକାର ଓ ସେମାନଙ୍କ ପାଇଁ ଏକ ବିଶେଷ ଦିବସର ଆବଶ୍ୟକତା ନେଇ ଅଭିଯାନ ଆରମ୍ଭ କରିଥିଲେ। ଉମାଙ୍କ ମତରେ ସମାଜରେ କେବଳ ମହିଳାଙ୍କ ସମସ୍ୟା ଉପରେ ଆଲୋଚନା ହୁଏ, ପୁରୁଷଙ୍କୁ ସବୁବେଳେ ଶକ୍ତିଶାଳୀ ଭାବେ ଦେଖାଯାଏ, କିନ୍ତୁ ସେମାନଙ୍କ ତ୍ୟାଗ, ଚାପ ଓ ଭାବନା ଉପରେ ଧ୍ୟାନ ଦିଆଯାଏ ନାହିଁ। ଯେମିତି ମହିଳା ଦିବସ ଅଛି, ସେମିତି ପୁରୁଷଙ୍କ ପାଇଁ ମଧ୍ୟ ଏକ ସମ୍ମାନଜନକ ଦିନ ରହିଛି। ଉମା ଚଲ୍ଲାଙ୍କ ଏହି ଚିନ୍ତାଧାରା ଯୋଗୁ ୨୦୦୭ ମସିହାରେ ଭାରତରେ ପ୍ରଥମ ଥର ଛୋଟ ସ୍ତରରେ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ ହୋଇଥିଲା। ଆଜି ଭାରତରେ ଏହି ଦିବସର ସବୁଠାରୁ ବଡ଼ ଉତ୍ସବ ଭାବେ ପାଳନ ହେଉଛି।

ଏହି ଦିବସ ଆମକୁ ମନେ ପକାଇ ଦିଏ ଯେ ଲିଙ୍ଗ ସମାନତା କେବଳ ମହିଳାଙ୍କ ପାଇଁ ନୁହେଁ, ପୁରୁଷଙ୍କ ପାଇଁ ମଧ୍ୟ ଏକ ସୁସ୍ଥ ସମାଜ ଗଠନରେ ସହଯୋଗ ଦରକାର। ଆସନ୍ତୁ ଏହି ଦିବସରେ ସମସ୍ତ ପୁରୁଷଙ୍କୁ ସମ୍ମାନ ଜଣାଇବା!

Comments are closed.