Latest Odisha News

BREAKING NEWS

ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା ପଡିଲା ମହଙ୍ଗା, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷକଙ୍କୁ…

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ମଦ ପିଇ ବେପରୁଆ ଭାବେ ଗାଡି ଚଳାଇ ହଟହଟା ହେଲେ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଅନିଲ କୁମାର ସ୍ବାଇଁ । ସୋମବାର ସନ୍ଧ୍ୟା ବେଳେ ଅତ୍ୟଧିକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିବା ବେଳେ ତାଙ୍କୁ ଖଜୁରୀପଡ଼ା ପୋଲିସ ଅଟକାଇ ତନଖି ନେଇଥିଲା ।

ସେ ମଦ ପିଇ ବେଆଇନ୍ ଭାବେ ବେପରୁଆ ଗାଡ଼ି ଚଳାଉଥିବାରୁ ତାଙ୍କ ନାମରେ ଥାନାରେ ୨୬୭/୨୫ ମାମଲା ରୁଜୁ କରାଯାଇଛି । ଏନେଇ ଏସ.ଆଇ ଦୀନବନ୍ଧୁ ପ୍ରଧାନ ସୂଚନା ଦେଇଛନ୍ତି । ଅନିଲ କୁମାର ସ୍ବାଇଁ ଦୂତି ମେଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟକ୍ଷ ଅଟନ୍ତି ।

ସମାଜରେ ଉତ୍ତମ ଶିକ୍ଷା, ସଂସ୍କାର, ଜ୍ଞାନ, ଆଚରଣ, ଉତ୍ତମ ବ୍ୟବହାର ସହିତ ଦିଗ୍ ଦର୍ଶନ ଦେବାରେ ଶିକ୍ଷକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କିଛି କୁଅଭ୍ୟାସି ଶିକ୍ଷକ ମାନଙ୍କ କାର୍ଯ୍ୟକଳାପ ଯୋଗୁଁ ଶିକ୍ଷକ ସମାଜ ବେଳେ ବେଳେ ଅପମାନିତ ହେଉଛି ।

 

Comments are closed.