ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ଅତି କମ୍ ବୟସରେ ଯୁବପିଢ଼ିଙ୍କ ହୃଦୟରେ ରାଜ୍ କରିଥିଲେ ହ୍ୟୁମାନ ସାଗର । କହିବାକୁ ଗଲେ ଓଡ଼ିଶାର ପ୍ରତି ଘରେ ହ୍ୟୁମାନଙ୍କୁ ଲୋକେ ଜାଣୁଥିଲେ । ଦୀର୍ଘ ଦିନ ଧରି ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ୧୭ ନଭେମ୍ବରେ ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ତେବେ ହ୍ୟୁମ୍ୟାନଙ୍କ ଦେହାନ୍ତ ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ବାଦ ବିବାଦ ମୁଣ୍ଡ ଟେକିଛି ।
ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରୋଗ୍ରାମିଂ ଟିମ ଓ ଗାୟିକା ଦାୟୀ ବୋଲି ତାଙ୍କ ମାଆ ପୂର୍ବରୁ ଅଭିଯୋଗ କରୁଥିବା ବେଳେ, ଏବେ ଟୁଟୁ ନାୟକ ସମାନ କଥା କହିଛନ୍ତି ତଦନ୍ତ କରି ଟଙ୍କା ଫେରାଇ ଆଣିବାକୁ ସେ ଦାବି କରିଛନ୍ତି ।
ସେପଟେ ଟୁଟୁ ନାୟକଙ୍କୁ କଡା ଜବାବ ଦେବାକୁ ଗାୟିକା ଅର୍ପିତାଙ୍କ ବୟାନକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଗୀତିକାର ସ୍ଥିତ ପଟ୍ଟନାୟକ । ସେ କହିଛନ୍ତି , ହ୍ୟୁମାନଙ୍କ ମୃତ୍ୟୁ ପଛରେ ଅର୍ପିତାଙ୍କ କୌଣସି ସଂପୃକ୍ତି ନ ଥିବା ଅର୍ପିତା ତାଙ୍କୁ ଜଣାଇଛନ୍ତି । ଅର୍ପିତା ଜଣେ ସଫଳ ଗାୟିକା ସେ ଅନେକ ପ୍ରୋଗ୍ରାମରେ ଜଜ୍ ବନୁଛନ୍ତି, ଷ୍ଟେଜ ଶୋ’ କରୁଛନ୍ତି, ମ୍ୟୁଜିକ ଭିଡିଓ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ତେଣୁ ୨୦ ଲକ୍ଷର ଗାଡ଼ି ଓ ମେଣ୍ଟେନାନ୍ସ, ୨୧ ହଜାର ଟଙ୍କାର ଘରଭଡ଼ା ଏସବୁ ଦେବାକୁ ସେ ସକ୍ଷମ ।
ତେଣୁ ସବୁର ସତ୍ୟାସତ୍ୟ ନ ଜାଣି ଅଜଥାରେ ଅର୍ପିତାଙ୍କୁ ବିବାଦ ଭିତରକୁ ଟଣାଯାଉଛି । ଯାହା ଆଦୌ ଠିକ ନୁହେଁ ବୋଲି ସ୍ଥିତ ପଟ୍ଟନାୟକ କହିଛନ୍ତି ।
Comments are closed.