ମାଲକାନଗିରି: ଛତିଶଗଡ଼, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ମାଓ ସଂଗଠନର ଏମଏମସିର ପ୍ରବକ୍ତ ତଥା ମାଓ ନେତା ଅନନ୍ତ ଏକ ପ୍ରେସ୍ ରିଲିଜ ଓ ଅଡିଓ କ୍ଲିପ ଜାରି କରିଛନ୍ତି । ଏଥିରେ ସେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷାକର୍ମୀଙ୍କ ଅପରେସନ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି । ଆସନ୍ତା ଫେବୃଆରୀ ୧୫ ପର୍ଯ୍ୟନ୍ତ ଅସ୍ତ୍ରବିରତି କରିବାକୁ ନିବେଦନ କରିଛନ୍ତି ମାଓ ନେତା ।
ଖୁବଶୀଘ୍ର ମାଓ ସଂଗଠନ ଅସ୍ତ୍ରବିରତି କରିବ ବୋଲି ସରକାରଙ୍କୁ ଆଶ୍ୱସନା ଦେଇଛନ୍ତି ମାଓ ନେତା ଅନନ୍ତ । ତେଣୁ ଅସ୍ତ୍ରବିରତି ପାଇଁ ଆମକୁ ଫେବୃଆରୀ ୧୫ ପର୍ଯ୍ୟନ୍ତ ସମୟ ଦିଆଯାଉ ବୋଲି ଅଡିଓ କ୍ଲିପ ରେ କୁହାଯାଇଛି । ଆହୁରି କୁହାଯାଇଛି ଯେ, ମାଓ ସଂଗଠନ ହୃଦୟଙ୍ଗମ କରିଛନ୍ତି ଯେ, ଅସ୍ତ୍ରଶସ୍ତ୍ର ଦ୍ୱାରା ଆଦିବାସୀଙ୍କ ସମସ୍ୟାର ସମାଧାନ ହେବ ନାହିଁ । ତେଣୁ ଶାନ୍ତି ବାର୍ତ୍ତା ପାଇଁ ସରକାର ମାଓ ଦମନ ଅପରେସନ ବନ୍ଦ କରିବାକୁ ନିବେଦନ କରିଛନ୍ତି ମାଓ ସଂଗଠନର ପ୍ରବକ୍ତା ।
ତେଣୁ ମାର୍ଚ୍ଚ ୨୦୨୬ ପୂର୍ବରୁ ମାଓ ସଂଗଠନର ସମସ୍ତ ସଦସ୍ୟ ପୋଲିସ ଆଗରେ ଆତ୍ମସମର୍ପଣ କରିବ ବୋଲି ଜଣାପଡିଛି । ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଏମଏମସି ମାଓ ସଂଗଠନର ସମସ୍ତ ସଦସ୍ୟ ଏକାଠି ହୋଇ ପୋଲିସ ପାଖରେ ଆତ୍ମସମର୍ପଣ କରିବେ ବୋଲି ମାଓ ନେତା ଅନନ୍ତ ଏକ ଫୋନ କରି ସାମ୍ବାଦିକଙ୍କୁ ଜଣାଇଛନ୍ତି ।
Comments are closed.