ଭୁବନେଶ୍ୱର: ପ୍ରେମ ସଜାଇଲା ବାଇକ୍ ଚୋର। ପ୍ରେମିକା ପାଇଁ ସୁପର ବାଇକ୍ ହେଲା କାଳ। ଗାର୍ଲଫ୍ରେଣ୍ଡ ପାଇଁ ରାଜଧାନୀରେ ବାଇକ୍ ଚୋରି କରି ଫସିଲା ବଏଫ୍ରେଣ୍ଡ। ଗାର୍ଲଫ୍ରେଣ୍ଡକୁ ବାଇକ୍ରେ ବସାଇ ଚମ୍ପଟ୍ ବେଳେ ପିଛା କଲା ପୋଲିସ। ସହର ସାରା ବୁଲାଇ ଆଇଜି ପାର୍କରେ ସମୟ ବିତାଇବା ବେଳେ କାବୁ କଲା ପୋଲିସ। ଚୋରି ସୁପର ବାଇକ୍ ଜବତ, ଗର୍ଲଫ୍ରେଣ୍ଡକୁ ଛାଡ଼ି ଅଭିଯୁକ୍ତ ଅଟକ।
ସୂଚନା ଅନୁସାରେ ପ୍ରେମ ପାଇଁ ବାଇକ ଚୋରି କରି ହଟହଟା ହୋଇଛନ୍ତି ଯୁବକ। ପ୍ରେମିକା ପାଇଁ ସୁପର ବାଇକ ଚୋରି କରିବା ମହଙ୍ଗା ପଡିଛି । ସୂଚନା ଅନୁସାରେ ଜଣେ ଯୁବକ ନିଜ ପ୍ରେମିକାକୁ ପାଇବା ପାଇଁ ସୁପର ବାଇକ ଚୋରି କରିଥିଲା । ଆଉ ଗାର୍ଲଫ୍ରେଣ୍ଡକୁ ବାଇକରେ ବସାଇ ଚମ୍ପଟ ବେଳେ ପିଛା କରିଥିଲା ପୋଲିସ । ସହର ସାରା ବୁଲାଇ ଆଇଜି ପାର୍କରେ ସମୟ ବିତାଇବା ବେଳେ ପୋଲିସ ଉକ୍ତ ଯୁବକଙ୍କୁ କାବୁ କରିଛି । ଯୁବକଙ୍କୁ ପୋଲିସ ଧରିବା ପରେ ଉକ୍ତ ବାଇକକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି । ତେବେ ପ୍ରେମ ପାଇଁ ଯୁବକ ଜଣଙ୍କ ବାଇକ ଚୋରି କରିଥିଲା ବୋଲି ସ୍ୱିକାର କରିଛି ।
Comments are closed.