Latest Odisha News

BREAKING NEWS

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି; ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି…

ଭୁବନେଶ୍ୱର: ରାଷ୍ଟ୍ରପତି ଆସନ୍ତା ନଭେମ୍ବର ୨୭ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହାକୁ ନଜରରେ ରଖି କମିଶନରେଟ ପୋଲିସ୍ ପକ୍ଷରୁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି।

ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଓଡିଶା ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ (ଓଡିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ଭୁବନେଶ୍ୱର – କଟକ, ପୁଲିସ କମିଶନରେଟ ( ଟ୍ରାଫିକ ଓ ପବ୍ଲିକ ଅର୍ଡର ) ୨୦୦୮ ର ଧାରା ୩୬ ଅନୁସାରେ କଟକଣା ଲାଗୁ କରାଯାଇଛି।

ଏହି ସମୟରେ କୌଣସି ଯାନବାହନ ଏହି ରାସ୍ତାରେ ଯାତାୟାତ କରିପାରିବେ ନାହିଁ କିମ୍ବା କୌଣସି ଗଳି ରାସ୍ତାରୁ ଏହି ରାସ୍ତାକୁ ଆସିପାରିବେ ନାହିଁ ।

ଉପରୋକ୍ତ କଟକଣା ଗୁଡିକ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ (ଫାୟାର, ଆମ୍ବୁଲାନ୍ସ ଓ ପୁଲିସ ) ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

Comments are closed.