Latest Odisha News

BREAKING NEWS

Teacher Transfer: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗ; ନେତାଙ୍କ ସୁପାରିଶ କ୍ଷମତାକୁ ହାଇକୋର୍ଟଙ୍କ ନାପସନ୍ଦ

ଭୁବନେଶ୍ବର :ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ନେଇ ରାଜ୍ୟ ସରକାରଙ୍କୁ ଝଟକା। ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ । ଏ ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ଖାରଜ କରିଛନ୍ତି। ଏପରି କଲେ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ହେବ ବୋଲି କହିଛନ୍ତି ହାଇକୋର୍ଟ।

ସୂଚନାଥାଉକି, ରାଜ୍ୟ ସରକାର ୧୫ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ଦେଇଥିଲେ କ୍ଷମତା । ବିଧାୟକ ଓ ସାଂସଦ ନିଜ ନିର୍ବାଚନ ମଣ୍ଡଳୀର ୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ । ଯାହାକୁ ନେଇ ହାଇକୋର୍ଟରେ ହୋଇଥିଲା ମାମଲା । ହାଇକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

ଆଉ ଏବେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ, ଯେଉଁଥିରେ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ।

Comments are closed.