ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ ନକରିଵାରୁ କଟକର ୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି। ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲା ଟ୍ରେଜେରୀ ଅଫିସର୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିରେ ଅଛନ୍ତି ସିଏମସି କମିଶନର, କଟକ ଏସପି, କଟକ ସବ୍ କଲେକ୍ଟର, କଟକ ସିଡିଏମଓ, କଟକ ଡିଇଓ, ବାରଙ୍ଗ, ବଡ଼ମ୍ବା , ମାହାଙ୍ଗା, ନିଆଳି, ସାଲେପୁରର ତହସିଲଦାରଙ୍କ ସମେତ କଟକ ଡିସିପିଙ୍କ ଭଳି ବଡ଼ ବଡ଼ ବାବୁଙ୍କ ନାମ ଏହି ତାଲିକାରେ ରହିଛି।
କଟକ ଜିଲ୍ଲାପାଳ ନିମ୍ନ ଲିଖିତ ଅଧିକାରୀ ମାନଙ୍କର ଦରମା ବନ୍ଦ ପାଇଁ ଟ୍ରେଜେରୀକୁ ଚିଠି ଲେଖିଛନ୍ତି। ଅଧିକାରୀ ମାନଙ୍କ ଭିତରେ ଅଛନ୍ତି ସି ଏମ୍ ସି କମିଶନର କଟକ ଡିସିପି, କଟକ ଗ୍ରାମାଞ୍ଚଳ ଏସ୍ ପି, କଟକ ଉପଜିଲ୍ଲାପାଳ, ଆଠଗଡ ଉପଜିଲ୍ଲାପାଳ, କଟକ ଆରଟିଓ, କଟକ ସିଡ଼ି ଏମ୍ ଓ, କଟକ ଡିଇଓ, ଅଵକାରୀ ଵିଭାଗ ସୁପରିଣ୍ଟେଡେଣ୍ଟ, ଟ୍ରାଫିକ ଆଇଆଇସି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ କଟକ ଜିଲ୍ଲାରେ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।
Comments are closed.