ଖୋର୍ଦ୍ଧା:ଗୁରୁବାର ବେଗୁନିଆ ଅବକାରୀ ବିଭାଗରେ ଚଢାଉ କରି ୧୦୫ ଗ୍ରାମର ଧଳା ଜହର ବ୍ରାଉନ ସୁଗାର ଜବତ କରି ୩ଜଣଙ୍କୁ ଗିରଫ କରିଛି। ଏହା ସହିତ ତିନୋଟି ମୋବାଇଲ ଦୁଇଟି ବାଇକ ଜବତ କରିଥିବା ସୂଚନା ମିଳିଛି। ଜବତ ବ୍ରାଉନ ସୁଗାର ମୂଲ୍ଯ ୧୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।
ସୂଚନାନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, ବେଗୁନିଆ ଅବକାରୀ ଟିମ୍ କପାସିଆ ସ୍କୁଲ ନିକଟରେ ଚୋରା ବ୍ରାଉନ ସୁଗାର କାରବାର ହେଉଛି । ଏହାପରେ ସୂଚନା ଆଧାରରେ ଘଟଣାସ୍ଥଳରେ ପହଞ୍ଚି ୧୦୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
Comments are closed.