Latest Odisha News

BREAKING NEWS

ଆଜିଠୁ ଖରିଫ ଧାନ କିଣା: ପଞ୍ଜୀକରଣ କଲେଣି ୬୦ ହଜାର ୬୧୪ ଜଣ ଚାଷୀ

ସମ୍ବଲପୁର: ଆଜିଠୁ ଖରିଫ ଧାନ କିଣା। ବରଗଡ଼ ଓ ସମ୍ବଲପୁରରେ ଆରମ୍ଭ ହେବ ଧାନକିଣା। ଟୋକେନ୍ ଦ୍ବନ୍ଦ୍ବ ତୁଟିବା ପରେ ଆଜିଠୁ ଧାନକିଣା ଆରମ୍ଭ ହେବ। ପୂଜାର୍ଚ୍ଚନା ପରେ ବରେଇପାଲି ମଣ୍ଡିରେ ଧାନ କିଣା-ବିକା ଆରମ୍ଭ ହେବ। ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ବିକ୍ରି ପାଇଁ ମୋଟ ୧୧୭ଟି ମଣ୍ଡି ଖୋଲିଥିବା ବେଳେ, ୬୦ ହଜାର ୬୧୪ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି।

ଧାନ ସଂଗ୍ରହ ପାଇଁ ୪୫ଟି ପେକ୍ସ, ୧୧ ଏସଏଚଜି ଓ ୪୬ଟି ମିଲର ନିୟୋଜିତ ହୋଇଛନ୍ତି। ସେହିପରି ବରଗଡ଼ ଜିଲ୍ଲାରେ ମୋଟ ୨୩୦ ମଣ୍ଡି ଖୋଲିଥିବା ବେଳେ ୧ ଲକ୍ଷ ୬୪ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଆଜି ସୁଦ୍ଧା ମୋଟ ୭୩ ହଜାର ଚାଷୀଙ୍କ ପାଖକୁ ଟୋକନ ଆସିଛି। ଅନ୍ୟପଟେ ଏଥର ମଧ୍ୟ ମଣ୍ଡି ମାନଙ୍କରେ ଧାନ ସଂରକ୍ଷଣର ବ୍ୟବସ୍ଥା ନଥିବା ବେଳେ, ଖୋଲା ଆକାଶ ତଳେ ଧାନି କିଣାବିକାକୁ ନେଇ ଚାଷୀଙ୍କ ମଧ୍ୟରେ ରହିଛି ଅସନ୍ତୋଷ।

ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି। ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ପାଇଁ ନିଷ୍ପତ୍ତି ହୋଇଛି। ୧ମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଥାଉକି, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ଠାରୁ ଧାନର ମୂଲ୍ୟ କୁଇଣ୍ଟାଲ୍‌ ପ୍ରତି ୩୧ ଶହ ଟଙ୍କାକୁ ବଢ଼ିଥିବାରୁ ଏବର୍ଷ ଅଧିକ ଚାଷୀ ପଞ୍ଜୀକରଣ କରିବାକୁ ଆଗ୍ରହୀ ଥିଲେ।

Comments are closed.