Latest Odisha News

BREAKING NEWS

Maoists surrender: ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି; ଲାଇଟ୍ ମେସିନ୍ ଗନ୍ ସହ ଫେରିଲେ…

ଭୁବନେଶ୍ବର:ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ଅସ୍ତ୍ରଶସ୍ତ୍ର ଛାଡି ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏନେଇ ଲାଇଟ୍ ମେସିନ୍ ଗନ୍ ସହ ଆତ୍ମସମର୍ପଣ କଲେ ମିଳିବ ୪ ଲକ୍ଷ ୯୫ ହଜାର ଟଙ୍କା , ସେହିପରି ଏକେ ୪୭ ସହ ଆତ୍ମସମର୍ପଣ କଲେ ମିଳିବ ୩ ଲକ୍ଷ ୩୦ ହଜାର ଟଙ୍କା, SLR ସହ ଆତ୍ମସମର୍ପଣ କଲେ ମିଳିବ ୧ ଲକ୍ଷ ୬୫ ହଜାର ଟଙ୍କା ମିଳିବ ।

୧୦ଲକ୍ଷ ପୁରସ୍କାର ଥିବା ମାଓବାଦୀ ଯଦି ଆତ୍ମସମର୍ପଣ କରିବେ ତେବେ ତାଙ୍କୁ ୫ଲକ୍ଷ ଟଙ୍କା ମିଳିବ । ଏହାସହିତ ସେମାନଙ୍କ‌କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର ।

ସେହିପରି ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧ କୋଟି ୧୦ ଲକ୍ଷ ମିଳିବ ବୋଲି ରାଜ୍ୟ ସରକାର କହିଛନ୍ତି । ଷ୍ଟେଟ୍ କମିଟି, ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟଙ୍କୁ ମିଳିବ ୫୫ ଲକ୍ଷ ଟଙ୍କା,ରିଜିଓନାଲ୍ କମିଟି ସଦସ୍ୟଙ୍କୁ ୩୩ ଲକ୍ଷ, ଡିଭିଜନାଲ୍ କମିଟି ସଦସ୍ୟଙ୍କୁ ୨୭.୫ ଲକ୍ଷ ଟଙ୍କା ,ଡିଭିଜନାଲ୍ କମିଟି ମେମ୍ବରଙ୍କୁ ମିଳିବ ୨୨ ଲକ୍ଷ ଟଙ୍କା ମିଳିବ ।

Comments are closed.