Latest Odisha News

BREAKING NEWS

Ied Blast: ଆଇଇଡି ବିସ୍ଫୋରଣରେ ମହିଳା ମୃତ, ୨ ଯୁବତୀ ଗୁରୁତର

ରାଉରକେଲା: ଆଇଇଡି ବିସ୍ଫୋରଣରେ ଜଣେ ମଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଯୁବତୀ ଗୁରୁତର ହୋଇଛନ୍ତି । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଜରେଇକେଲା ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲର କୋଇଭଙ୍ଗାରେ ଶୁକ୍ରବାର ଅପରାହ୍ନରେ ମାଓବାଦୀମାନେ ଏହି ଆଇଡି ବିସ୍ଫୋରଣ କରିଥିଲେ ।

ମୃତ ମହିଳା ହେଲେ ଫୁଲୋ ଧନୁଆର (୩୫)। ଆହତମାନେ ହେଲେ ସଲାମି କାଣ୍ଡୁଲନା (୨୪) ଓ ବର୍ସି ଧନୁଆର (୨୩) । ସେମାନେ ଜଙ୍ଗଲରୁ କାଠ ଓ ପତ୍ର ସଂଗ୍ରହ କରୁଥିବା ବେଳେ ନକ୍ସଲମାନଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ଉପରେ ଗୋଡ ପଡିଯାଇଥିଲା, ଏହି କାରଣରୁ ତିନି ଜଣମହିଳା ଗୁରୁତର ଭାବେ ଆହତ ହୋଇଥିଲେ ।

ଗୁରୁତର ମହିଳାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଫୁଲୋ ଧନୁଆରଙ୍କର ମୃତ୍ୟୁ ଘଟିଛି । ସଲାମି କାଣ୍ଡୁଲନା ଓ ବର୍ସି ଧନୁଆରଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ବିସ୍ଫୋରଣର ସୂଚନାପାଇ ସିଆରପିଏଫ୍ ଯବାନ ଓ ଜରେଇକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Comments are closed.