Latest Odisha News

BREAKING NEWS

Maoists Surrender: ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ, ୬୫ ଲକ୍ଷ ଟଙ୍କାର ଥିଲା ପୁରସ୍କାର ରାଶି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବସ୍ତରରେ ଡିଭିଜନରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନଗୁଡ଼ିକ ନିରନ୍ତର ସଫଳତା ହାସଲ କରୁଛି । ଗୋଟିଏ ପଟେ, ମାଓବାଦୀଙ୍କ ବିରୁଦ୍ଧରେ ବାହିନୀର ଅଭିଯାନ ଲାଲ ଆତଙ୍କକୁ ଦମନ କରୁଛି, ଅନ୍ୟପଟେ ମାଓବାଦୀମାନେ ବହୁ ସଂଖ୍ୟାରେ ଆତ୍ମସମର୍ପଣ କରୁଛନ୍ତି । ଗତ ଦୁଇ ଦିନରେ, ଛତିଶଗଡ଼ରେ ମୋଟ ୭୧ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏବେ, ବସ୍ତରରେ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଝିରାମ ଘାଟି ମାଓ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ମାଓ ନେତା ଚେତୁ ଓରଫ ଶ୍ୟାମ ଦାଦା ସମେତ ୧୦ ହାର୍ଡକୋର ମାଓବାଦୀ ଛତିଶଗଡ଼ ଜଗଦଲପୁରରେ ବସ୍ତର ଆଇଜି ପି. ସୁନ୍ଦର ରାଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ନାଁରେ ୬୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । କେବଳ ମାଓ ନେତା ଚେତୁ ନାଁରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।

୨୦୧୩ରେ ଝିରମ ଘାଟି ଆକ୍ରମଣରେ ଚେତୁର ମୁଖ୍ୟ ଭୂମିକା ଥିଲା । ସେ ୩୩ ଜଣ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିବାରେ ସାମିଲ ଥିଲା । ଚେତୁର ଆତ୍ମସମର୍ପଣ ପରେ ଦରଭା ଡିଭିଜନ ଏକ ପ୍ରକାର ଭାଙ୍ଗିଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଚେତୁ ଓରଫ ଶ୍ୟାମ ଦାଦା ତେଲେଙ୍ଗାନା ୱାରଙ୍ଗାଲର ବାସିନ୍ଦା । ତାର ପତ୍ନୀ ସପନା, ଯାହାକୁ ସପନାକ୍କା ମଧ୍ୟ କୁହାଯାଏ, ସେ ଜଣେ ପ୍ରମୁଖ ନକ୍ସଲ ଅଟେ । ସେ ଇନ୍ଦ୍ରାବତୀ କ୍ଷେତ୍ର କମିଟି DVCM ସଚିବ ଭାବରେ କାର୍ଯ୍ୟ କରେ । ତେଣୁ, ଚତନ୍ୟ ଦାଦାର ଆତ୍ମସମର୍ପଣ ସୁରକ୍ଷାକର୍ମୀ ପାଇଁ ଏକ ପ୍ରମୁଖ ସଫଳତା ।

 

Comments are closed.