Latest Odisha News

BREAKING NEWS

Olive Ridley Turtle: ଟ୍ରଲର ଧକ୍କାରେ ଅଲିଭ ରିଡ଼ଲେ କଇଁଛ ମୃତ, ୯ ଗିରଫ

ପୁରୀ: ଟ୍ରଲର ଧକ୍କାରେ ଦୁଇ ଅଲିଭ ରିଡ଼ଲେ କଇଁଛ ମୃତ। ଘଟଣାରେ ୯ ଜଣ ମତ୍ସ୍ୟଜୀବୀ ଗିରଫ। ସମସ୍ତ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନବିଭାଗ। ବ୍ରହ୍ମଗିରି ରେଞ୍ଜ ମଙ୍ଗଳା ମୁହାଣ ନିକଟ ସମୁଦ୍ରରେ ମାଛ ମାରୁଥିବା ବେଳେ ଟ୍ରଲର ଧକ୍କାରେ ଦୁଇ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ବ୍ରହ୍ମଗିରି ବନବିଭାଗ ଖବର ପାଇ ପାଟ୍ରୋଲିଂ କରୁଥିବା ସମୟରେ ବେଆଇନ ଭାବେ ନିଷିଧାଞ୍ଚଳରେ ମାଛ ମାରୁଥିବା ୨ ଟ୍ରଲରକୁ ଜବତ କରିଥିଲା। ସେଥିମଧ୍ୟରୁ ଗୋଟାଏ ଟ୍ରଲରରେ ୨ଟି ମୃତ ଅଲିଭ ରିଡ଼ଲେ କଇଁଛ ରହିଥିଲା ଏବଂ ଅନ୍ୟଟିରେ ମାଛ ରହିଥିଲା।

ମାଛ ଥିବା ଟ୍ରଲରକୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ଏବଂ କଇଁଛ ଥିବା ଟ୍ରଲରଟିକୁ ରାଜନଗର ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଘଟଣାରେ ୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇ ବ୍ରହ୍ମଗିରି ବନବିଭାଗକୁ ଅଣାଯାଇଥିଲା। ଟ୍ରଲରଟି ବାଲେଶ୍ୱର ଅଂଚଳର ହୋଇଥିବା ବେଳେ ମତ୍ସ୍ୟଜୀବୀମାନେ ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣାପଡିଛି।

Comments are closed.