Latest Odisha News

BREAKING NEWS

୭ ଓଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ…

ଫେରିଲେ ୩ ଅଧିକାରୀ...

ଭୁବନେଶ୍ୱର: ଓଡ଼ିଶା ସରକାର ୭ ଜଣ ଓଏଏସ ଅଧିକାରୀଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ଭାବରେ ନିଯୁକ୍ତି ଦିଆଯାଇଥିବା ନେଇ ଓଡ଼ିଶା ସରକାର ସୂଚନା ଦେଇଛନ୍ତି।

ଏଥିସହିତ ଅନ୍ୟ ତିନି ଜଣଙ୍କୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗକୁ ଫେରାଇ ଆଣିଥିବା ନେଇ ମଧ୍ୟ ସୂଚନା ମିଳିଛି।

ତେବେ ରାୟଗଡ଼ାରେ କୋଲନାରା ତହସିଲଦାର ଭାବରେ କାର୍ଯ୍ୟରତ ଥିବା ଆକାଶ ରଞ୍ଜନ ସାହୁଙ୍କୁ ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକର ବିଡ଼ିଓ ଭାବରେ ନିଯୁକ୍ତି ଦିଆଯାଇଛି।ଏଥିସହିତ ଯାଜପୁରରେ ଡେପୁଟି ସବ-କଲେକ୍ଟର (DSR) ଭାବରେ କାର୍ଯ୍ୟରତ ଥିବା ତିଳୋତ୍ତମା ପୃଷ୍ଟିଙ୍କୁ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ବିଡ଼ିଓ ଭାବରେ ନିଯୁକ୍ତି ଦିଆଯାଇଛି।

ସେହିପରି ନୟାଗଡର ଗଣିଆ ତହସିଲଦାର ପ୍ରୀତିବାଳା ରାଣାଙ୍କୁ ସେହି ଜିଲ୍ଲାର ନୂତନ ବିଡ଼ିଓ ଭାବରେ ଓଡଗାଁ ବ୍ଲକକୁ ବଦଳି କରାଯାଇଛି। ଯାଜପୁରର ସୁକିନ୍ଦାରେ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ (LAO) ଶରତ କୁମାର ବାଗଙ୍କୁ ସୋନପୁରର ବିନିକା ବ୍ଲକର ବିଡ଼ିଓ ଭାବରେ ନିଯୁକ୍ତି ଦିଆଯାଇଛି।

ରାୟଗଡ଼ାର କାଶୀପୁର ତହସିଲଦାର ସୁନୀଲ କୁମାର ଟୁଡୁଙ୍କୁ ବାଲେଶ୍ୱରର ସିମୁଳିଆ ବ୍ଲକକୁ ବଦଳି କରାଯାଇଥିବା ବେଳେ ସୋନପୁର ବ୍ଲକର ବିଡ଼ିଓ ସଞ୍ଜିବ କୁମାର ସାହୁଙ୍କ ସ୍ଥାନରେ ମୟୁରଭଞ୍ଜର ବାଙ୍ଗିରିପୋଷି ତହସିଲଦାର ପ୍ରତୀକ କରଙ୍କୁ ସୋନପୁର ଜିଲ୍ଲାର ବିଡିଓ ଭାବରେ ନିଯୁକ୍ତି ଦିଆଯାଇଛି ଓ ସଞ୍ଜିବ ସାହୁଙ୍କୁ କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।

 

Comments are closed.