Latest Odisha News

BREAKING NEWS

NIAର ବଡ଼ ଧରଣର ରେଡ୍: ଦିଲ୍ଲୀ ବିସ୍ଫୋରଣରେ ବିହାର ଲିଙ୍କ୍‌

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ NIAର ବଡ଼ ଧରଣର ରେଡ୍। ଦିଲ୍ଲୀ ବିସ୍ଫୋରଣ ପରେ ପୁଲୱାମା, ସୋପିଆନ୍‌ରେ ରେଡ୍ ଚାଲିଛି। ଦିଲ୍ଲୀ ବିସ୍ଫୋରଣର ଅଭିଯୁକ୍ତ ଘରେ ଚଢ଼ାଉ ଜାରି ରହିଛି। ଅନ୍ୟପଟେ ଏହି ବିସ୍ଫୋରଣ ମାମଲାରେ ବିହାରର ଖଗଡ଼ିଆ ଜିଲ୍ଲା ସହ ସମ୍ପର୍କ ରହିଥିବା ଜଣାପଡ଼ିଛି। ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇ‌ଏ) ଗତରାତିରୁ ବଡ଼ଧରଣର ଚଢ଼ଉ ଅଭିଯାନ ଚଳାଇଛି।

ମାନସୀ ଥାନା ଅଞ୍ଚଳର ସୈଦପୁର ଗାଁରେ ରହୁଥିବା ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ମହମ୍ମଦ ହାଦିଙ୍କ ଘରେ ଏନ୍‌ଆଇ‌ଏର ୬ ଜଣିଆ ଟିମ୍ ରାତି ପ୍ରାୟ ୩ଟାରେ ପହଞ୍ଚି ଚଢ଼ଉ ଆରମ୍ଭ କରିଥିଲା। ପରିବାର ଲୋକେ ଶୋଇଥିବା ବେଳେ ମୁଖ୍ୟଦ୍ୱାରରେ ତାଲା ଲାଗିଥିଲା। ଏନ୍‌ଆଇ‌ଏ ଟିମ୍‌ର ସଦସ୍ୟମାନେ କାନ୍ଥ ଡେଇଁ ଭିତରକୁ ପଶି ନିଜର ପରିଚୟ ଦେଇଥିଲେ।

ଘର କାନ୍ଥରେ ମେଟାଲ୍ ଡିଟେକ୍ଟର ଲଗାଇ ବିସ୍ଫୋରକ ପଦାର୍ଥର ତଲାସି କରାଯାଇଥିଲା। ଲାପ୍‌ଟପ୍, ମୋବାଇଲ ଆଦି ଇଲେକ୍ଟ୍ରୋନିକ୍ ଉପକରଣ ସ୍କାନ୍ କରାଯାଇଥିଲା। ପୂରା ଅଞ୍ଚଳକୁ ଘେରାବନ୍ଦୀରେ ରଖାଯାଇଥିଲା ଏବଂ ପଡ଼ୋଶୀମାନଙ୍କୁ ମଧ୍ୟ ଉକ୍ତ ଗଳିରେ ଯିବାକୁ ଦିଆଯାଇ ନଥିଲା। ମହମ୍ମଦ ହାଦିଙ୍କ ପୁଅଙ୍କର ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇ ଫରେନ୍‌ସିକ ପରୀକ୍ଷା ପାଇଁ ପଠାଯାଇଛି।

Leave A Reply

Your email address will not be published.