ଭୁବନେଶ୍ୱର: ଚଳିତ ବର୍ଷ ଅପରାଧକୁ ଦୃଷ୍ଟିରେ ରଖି ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ସୋମବାର ଦିନ ଅପରାଧର ଏକ ତଥ୍ୟ ପ୍ରଦାନ କରିଥିଲେ।
ସେ ଓଡ଼ିଶାର ଜିଲ୍ଲାୱାରୀ ତଥ୍ୟ ପ୍ରଦାନ କରି କହିଛନ୍ତି ଯେ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଓଡ଼ିଶାର ବିଭିନ୍ନ ସ୍ଥାନରେ ମୋଟ ୧,୬୯,୨୦୦ ସଂଗଠିତ ଅପରାଧ ପଞ୍ଜିକୃତ ହୋଇଛି ଯାହାକି ଗତ ବର୍ଷ ତୁଳନାରେ ଯଥେଷ୍ଟ କମ ଥିଲା। ତେବେ ଗତ ବର୍ଷ ୨,୧୪,୧୧୩ ସଂଗଠିତ ଅପରାଧ ରେକର୍ଡ ହୋଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ତଥ୍ୟ ମଧ୍ୟ ସାମିଲ ଅଛି।
ଗତ ବର୍ଷ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା (ୟୁପିଡି)ରେ ସେପ୍ଟେମ୍ବରରେ ୧୪,୪୧୬ ମାମଲା ରୁଜୁ କରାଯାଇଥିଲା।ଯାହାକି ଚଳିତ ବର୍ଷ ତୁଳନାରେ ଯଥେଷ୍ଟ କମ ଥିଲା। ତେବେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୧୧,୩୨୪ ସଂଗଠିତ ଅପରାଧ ମାମଲା ପଞ୍ଜିକୃତ ହୋଇଥିବା ନେଇ ସୂଚନା ମିଳିଛି।
କଟକ ୟୁପିଡିରେ ସେପ୍ଟେମ୍ବର ସୁଦ୍ଧା ୭,୨୨୬ ସଂଗଠିତ ଅପରାଧ ରୁଜୁ ହୋଇଛି ଓ ଗତ ବର୍ଷ ଏହାର ସଂଖ୍ୟା ୭,୨୬୮ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଓଡ଼ିଶାରେ ବର୍ତ୍ତମାନ ୩୪ଟି ପୋଲିସ ଜିଲ୍ଲା ଅଛି। ଯେଉଁଥିରେ ଦୁଇଟି ରେଳବାଇ ପୋଲିସ ଜିଲ୍ଲା ଏବଂ ଦୁଇଟି ସହରାଞ୍ଚଳ ପୋଲିସ ଜିଲ୍ଲା – ଭୁବନେଶ୍ୱର ୟୁପିଡି ଓ କଟକ ୟୁପିଡି ସାମିଲ ଥିବା ଜଣାପଡିଛି।