Latest Odisha News

BREAKING NEWS

ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ଓହରିଲା ମୂଖ୍ୟ ବ୍ରଡକାଷ୍ଟର ଜିଓ ହଟଷ୍ଟାର

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ଏହାର ମୂଖ୍ୟ ବ୍ରଡକାଷ୍ଟର ଜିଓ ହଟଷ୍ଟାର ପଛକୁ ହଟିଛି । ପ୍ରଚୁର କ୍ଷତି ହେଉଥିବାରୁ କମ୍ପାନୀ ଏହି ନିଷ୍ପତି ନେଇଛି । ଆଇସିସି ଏବେ ନୂତନ ବ୍ରଡକାଷ୍ଟର ସନ୍ଧାନରେ ରହିଛି । ସୋନୀ, ନେଟପ୍ଲିକ୍ସ ଓ ଆମାଜନ ପ୍ରାଇମ ଭିଡିଓ ସହ ଆଇସିସି ଯୋଗାଯୋଗ କରିଥିବା ବେଳେ ସେମାନେ ରାଜି ହେଉ ନାହାନ୍ତି । ୨୦୨୩ରେ ଆଇସିସି ୪ ବର୍ଷ ପାଇଁ ଜିଓ ହଟଷ୍ଟାରକୁ ପ୍ରସାରଣ ରାଇଟ୍ସ ପ୍ରଦାନ କରିଥିଲଶ । ଏ ବାବାଦକୁ ଜିଓ ୨୫୦୦୦ କୋଟି ଦେବ ବୋଲି ଚୂଡାନ୍ତ ହୋଇଥିଲା ।

ତେବେ ଜିଓ ଏହି କ୍ରିକେଟ କଭରେଜରୁ ୧୨ ୩୧୯ କୋଟି ଟଙ୍କାର କ୍ଷତି ସହି ସାରିଛି । ଡ୍ରିମ ଇଲେଭେନ ପରି ଗେମିଂ ଆପ ବନ୍ଦ ହେବା ଯୋଗୁ ବିଜ୍ଞାପନ ରାଜସ୍ୱ ମଧ୍ୟ କମି ଯାଇଥିଲା । ସୋନୀ ଏସୀୟ କ୍ରିକେଟ ପରିଷଦ, ନ୍ୟୁଜିଲାଣ୍ଡ କ୍ରିକେଟ ଓ ଇଂଲଣ୍ଡ ବୋର୍ଡର ରାଇଟ୍ସ ହାସଲ କରିଥିଲେ ମଧ୍ୟ ଆଇସିସି ଚୁକ୍ତିରୁ ଦୂରେଇ ରହିଛି । ଆଇସିସି ଟି୨୦ ବିଶ୍ୱକପ ଫେବୃୟାରୀ ୮ରୁ ଆରମ୍ଭ ହେବ । ଏହାକୁ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜିତ କରୁଛନ୍ତି ।

Leave A Reply

Your email address will not be published.