Latest Odisha News

BREAKING NEWS

ଭାରତରୁ ଏକ ଲକ୍ଷ ଟଙ୍କା ନେଇ ଥାଇଲାଣ୍ଡ ଯାଉଥିଲେ କେତେ ବଞ୍ଚିବ ? ଏଥିରେ କ’ଣ କ’ଣ କରିପାରିବେ ସେଠି…

ନୂଆଦିଲ୍ଲୀ: ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ପର୍ଯ୍ୟଟକ ଏକାକୀ କିମ୍ବା ପରିବାର ସହିତ ଥାଇଲ୍ୟାଣ୍ଡ ବୁଲିବାକୁ ଯାଆନ୍ତି। ୨୦୨୪ରେ ପ୍ରାୟ ୨୦ ଲକ୍ଷ ଭାରତୀୟ ଥାଇଲ୍ୟାଣ୍ଡ ଗସ୍ତ କରିଥିଲେ। ଶସ୍ତା ଖାଇବା, କମ୍ ଖର୍ଚ୍ଚରେ ହୋଟେଲ ଓ ଅନେକ ସ୍ଥାନ ବୁଲିବାର ସୁବିଧା ଯୋଗୁ ଥାଇଲ୍ୟାଣ୍ଡ ଭାରତୀୟଙ୍କ ପାଖରେ ସବୁଠାରୁ ଲୋକପ୍ରିୟ ବିଦେଶୀ ଡେଷ୍ଟିନେସନ୍ ହୋଇଛି।
ଏବେ ପ୍ରଶ୍ନ ଉଠୁଛି – କେତେ ଟଙ୍କା ନେଇ ଗଲେ ଥାଇଲ୍ୟାଣ୍ଡ ଟ୍ରିପ୍ ଆରାମରେ ଓ ଶସ୍ତାରେ ବୁଲିପାରିବେ? ଉତ୍ତର ହେଉଛି – ମାତ୍ର ୧ ଲକ୍ଷ ଟଙ୍କା! ଏହି ଅଙ୍କରେ ଆପଣ ଏକ ସପ୍ତାହ ଧରି ପୁରା ମଜା ନେଇ ବୁଲି ପାରିବେ।

୧ ଲକ୍ଷ ଟଙ୍କାରେ କେତେ ଥାଇ ବଟ୍ (THB) ମିଳିବ?
ବର୍ତ୍ତମାନର ବିନିମୟ ହାର ଅନୁସାରେ ୧ ଭାରତୀୟ ଟଙ୍କା = ୦.୩୮ରୁ ୦.୪୦ ଥାଇ ଭାଟ (ଡିସେମ୍ବର ୨୦୨୫) ଅର୍ଥାତ୍ ୧,୦୦,୦୦୦ ଟଙ୍କା = ୩୮,୦୦୦ରୁ ୪୦,୦୦୦ ଥାଇ ଭାଟ ଏହି ଅଙ୍କ ହୋଟେଲ, ଖାଇବା, ସପିଂ ଓ ଯାତାୟତ ସବୁ ପାଇଁ ଜଥେଷ୍ଟ।

ଭାରତରୁ ଥାଇଲ୍ୟାଣ୍ଡ ଫ୍ଲାଇଟ୍ ଟିକଟ୍
ଗୋଟିଏ ବ୍ୟକ୍ତିଙ୍କ ରାଉଣ୍ଡ ଟ୍ରିପ୍ (ଯିବା-ଆସିବା): ୧୫,୦୦୦ରୁ ୩୫,୦୦୦ ଟଙ୍କା (ଆଗୁଆ ବୁକ୍ କଲେ ଆହୁରି ଶସ୍ତା ମିଳେ)
ଥାଇଲ୍ୟାଣ୍ଡରେ ରହିବା ଖର୍ଚ୍ଚ (ଗୋଟିଏ ରାତି)
• ବଜେଟ୍ ହଷ୍ଟେଲ/ଗେଷ୍ଟହାଉସ୍: ୪୦୦–୮୦୦ THB (୧,୦୦୦–୨,୦୦୦ ଟଙ୍କା)
• ମିଡ-ରେଞ୍ଜ ହୋଟେଲ: ୧,୨୦୦–୨,୦୦୦ THB (୩,୦୦୦–୫,୦୦୦ ଟଙ୍କା)
ଖାଇବା ଖର୍ଚ୍ଚ
• ଷ୍ଟ୍ରିଟ୍ ଫୁଡ୍ (ଗୋଟିଏ ପ୍ଲେଟ୍): ୫୦–୧୨୦ THB (୧୨୦–୩୦୦ ଟଙ୍କା)
• ରେଷ୍ଟୁରାଣ୍ଟରେ ନର୍ମାଲ ମିଲ୍: ୧୫୦–୨୫୦ THB (୪୦୦–୬୦୦ ଟଙ୍କା)

ସ୍ଥାନୀୟ ଯାତାୟତ
• ମେଟ୍ରୋ/ବସ୍: ୨୦–୫୦ THB
• ଟୁକ୍-ଟୁକ୍ (ଛୋଟ ଦୂର): ୮୦–୧୫୦ THB

ବୁଲିବା ଓ ମଜା
• ଥାଇ ମାଲିସ୍ (୧ ଘଣ୍ଟା): ୨୫୦–୪୦୦ THB
• ଆଇଲ୍ୟାଣ୍ଡ ହପିଂ ଟୁର୍: ୮୦୦–୧,୫୦୦ THB
• ନାଇଟ୍ କ୍ରୁଜ୍/ଥିମ୍ ଶୋ’: ୧,୦୦୦–୨,୦୦୦ THB

ସପିଂ ଖର୍ଚ୍ଚ
• ଟି-ଶାର୍ଟ: ୧୦୦–୩୦୦ THB
• ଚପଲ/ଜୋତା: ୨୦୦–୬୦୦ THB
• ସ୍ଥାନୀୟ ହସ୍ତଶିଳ୍ପ: ୫୦–୨୦୦ THB

ଥାଇଲ୍ୟାଣ୍ଡରେ କଣ କିଣିବେ?
୧. ହାତରେ ତିଆରି କପଡ଼ା ଓ ହସ୍ତଶିଳ୍ପ ୨. ବେଞ୍ଜାରୋଙ୍ଗ ପର୍ସିଲେନ୍ (ରଙ୍ଗୀନ ମାଟି ଭାର) ୩. କାଠରେ ତିଆରି ମୂର୍ତ୍ତି ଓ ଘର ସଜା ସାମଗ୍ରୀ ୪. ନଡ଼ିଆରୁ ତିଆରି ଚକଲେଟ, ତେଲ, ସାବାନ ଓ ସ୍କିନ୍ ପ୍ରୋଡକ୍ଟ ୫. ଥାଇ ତାବିଜ (ବୌଦ୍ଧ ପରମ୍ପରାର ଶୁଭ ତାବିଜ)
ତେଣୁ ଆପଣ ଯଦି ପରବର୍ତ୍ତୀ ଛୁଟିରେ ସସ୍ତାରେ ବିଦେଶ ବୁଲିବାକୁ ଚାହୁଁଛନ୍ତି, ଥାଇଲ୍ୟାଣ୍ଡ ହିଁ ସର୍ବୋତ୍ତମ ବିକଳ୍ପ। ମାତ୍ର ୧ ଲକ୍ଷ ଟଙ୍କା ନେଇ ଆଜିଠାରୁ ପ୍ଲାନ୍ କରନ୍ତୁ!

Leave A Reply

Your email address will not be published.