ନୂଆଦିଲ୍ଲୀ: ୧୦ ଲକ୍ଷ ଡଲାର (ପ୍ରାୟ ୯ କୋଟି ଟଙ୍କା) ଦେଲେ ପାଇଯିବେ ଆମେରିକୀୟ ନାଗରିକତା । ଆରମ୍ଭ ହେଲା ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ ଯୋଜନା । ପ୍ରତିଦିନ ୩୦ ମନିଟ ଖୋଲିବ ସାଇଟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଦିନ ଘୋଷଣା କରିଛନ୍ତି ଯେ, ତାଙ୍କର ବହୁ ପ୍ରତୀକ୍ଷିତ ‘ଗୋଲ୍ଡ କାର୍ଡ’ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଏହି ଯୋଜନା ଅନ୍ତର୍ଗତ, ଜଣେ ବ୍ୟକ୍ତି ୧୦ ଲକ୍ଷ ଡଲାରଦେଇ ଆଇନଗତ ସ୍ଥିତି ଏବଂ ଶେଷରେ ଆମେରିକୀୟ ନାଗରିକତା ପାଇପାରିବେ। ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ ଅନେକ ବ୍ୟବସାୟ ନେତାଙ୍କ ଉପସ୍ଥିତିରେ ଏହି କାର୍ୟ୍ୟକ୍ରମ ଆରମ୍ଭ କରିଥିଲେ। ଆମେରିକାର ରାଷ୍ଟ୍ରପତି ଏହି ଯୋଜନା ଆରମ୍ଭ କରିବାକୁ ଚାହୁଁଛନ୍ତି କାରଣ ଏହା ଗ୍ରୀନ୍ କାର୍ଡ ଅପେକ୍ଷା ଅଧିକ ସୁବିଧା ପ୍ରଦାନ କରିବ। ଟ୍ରମ୍ପ୍ କହିଛନ୍ତି ଯେ, ଏହା ଆମେରିକାରେ ଥିବା କମ୍ପାନିଗୁଡ଼ିକରେ କାମ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ବଡ଼ ଉପହାର ଭଳି। ଏହା ଆମ ଦେଶକୁ କିଛି ଶ୍ରେଷ୍ଠ ଲୋକଙ୍କୁ ଆଣିବା ପାଇଁ ଏକ ଉପହାର, କାରଣ କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଏଠାରେ ରହିବାକୁ ଅନୁମତି ନାହିଁ। କଲେଜ ପାଠପଢା, ସ୍ନାତକ ଡ଼ିଗ୍ରୀ ପାଇଁ ସେମାନଙ୍କୁ ଭାରତ କିମ୍ବା ଚୀନ୍ କିମ୍ବା ଫ୍ରାନ୍ସକୁ ଫେରିବାକୁ ପଡୁଛି କିନ୍ତୁ ସେମାନଙ୍କର ଏହି ସମସ୍ୟାର ସମାଧାନ ଏବେ ଆସିଯାଇଛି । ଯଦି ଆପଣ ଗୋଲ୍ଡ କାର୍ଡ଼ ନେଉଛନ୍ତି ତେବେ ଆପଣଙ୍କୁ ଆମେରିକାର ନାଗରିତା ମିଳିବ ଏବଂ ଆପଣ ଏଡାରେ ନିଜ ଶିକ୍ଷା ପୁରା କରିବା ସହିତି କିଛି ବ୍ୟବସାୟ ମଧ୍ୟ ବିନା ଚିନ୍ତାରେ କରିପାରିବେ । ଟ୍ରମ୍ପ୍ ଆହୁରି କହିଛନ୍ତି, ମୋ ପାଇଁ ଏବଂ ଦେଶ ପାଇଁ ବହୁତ ଉତ୍ସାହଜନକ ଭାବରେ, ଆମେ ଟ୍ରମ୍ପ ଗୋଲ୍ଡ କାର୍ଡ ଲଞ୍ଚ କରିଛୁ। ଏହା କିଛି ପରିମାଣରେ ଏକ ଗ୍ରୀନ୍ କାର୍ଡ ପରି, କିନ୍ତୁ ଗ୍ରୀନ୍ କାର୍ଡ ଅପେକ୍ଷା ଅଧିକ ସୁବିଧା ଏହା ପ୍ରଦାନ କରିବ। କମ୍ପାନିଗୁଡ଼ିକ ଏକ କାର୍ଡ କିଣିପାରିବେ ଏବଂ ଚାହୁଁଥିବା ବ୍ୟକ୍ତିଙ୍କୁ ଯୁକ୍ତରାଷ୍ଟ୍ରରେ ରଖିପାରିବେ। ଅନେକ କମ୍ପାନି ଏହି ପଦକ୍ଷେପକୁ ସ୍ୱାଗତ କରିବେ। ଏହା ଦେଶର ରାଜକୋଷ ପାଇଁ ଅତିରିକ୍ତ ରାଜସ୍ୱ ମଧ୍ୟ ସୃଷ୍ଟି କରିବ।
ଟ୍ରମ୍ପ ଗୋଲ୍ଡ କାର୍ଡ କ’ଣ?
ଗୋଲ୍ଡ କାର୍ଡ ହେଉଛି ଆମେରିକୀୟ ଭିସା ପାଇଁ ଏକ ନୂତନ ପଥ, ଯାହା ଆବେଦନକାରୀଙ୍କ ଯୁକ୍ତରାଷ୍ଟ୍ରକୁ ସର୍ବାଧିକ ଲାଭ ଦେବାର ସମ୍ଭାବନା ଉପରେ ଆଧାରିତ। ଏଥିପାଇଁ ୧୦ ଲକ୍ଷ ଡ଼ଲାର ପ୍ରକ୍ରିୟାକରଣ ଶୁଳ୍କ ଦେବାକୁ ପଡ଼ିବ। ସାଇଟ୍ ଅନୁଯାୟୀ, ଆବେଦନକାରୀମାନଙ୍କୁ ଆଇନଗତ ସ୍ଥାୟୀ ବାସସ୍ଥାନ ସ୍ଥିତି ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ପଡିବ, ଯୁକ୍ତରାଷ୍ଟ୍ରରେ ପ୍ରବେଶ ପାଇଁ ଯୋଗ୍ୟ ହେବାକୁ ପଡିବ ଏବଂ ଏକ ଭିସା ଉପଲବ୍ଧ ରହିବାକୁ ପଡିବ। ଯାଞ୍ଚ ପ୍ରକ୍ରିୟା ନିଶ୍ଚିତ କରିବ ଯେ ଏହି ବ୍ୟକ୍ତିମାନେ ଆମେରିକାରେ ରହିବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ।” ସେ ଆହୁରି ମଧ୍ୟ କହିଛନ୍ତି ଯେ କମ୍ପାନୀଗୁଡ଼ିକ ଏକାଧିକ କାର୍ଡ ଜାରି କରିପାରିବେ, କିନ୍ତୁ ପ୍ରତ୍ୟେକ କାର୍ଡ କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ହେବ।
ଉଲ୍ଲେଖନୀୟ, ବିଦେଶୀ ପୁଞ୍ଜିକୁ ଆକର୍ଷିତ କରିବା ପାଇଁ କଂଗ୍ରେସ ୧୯୯୦ମସିହାରେ EB-5 ଭିସା କାର୍ୟ୍ୟକ୍ରମ ପ୍ରଚଳନ କରିଥିଲା। ଯାହା ଦ୍ଵାରା ଆବେଦନକାରୀମାନେ ଅତି କମରେ ୧୦ ଟି ନିଯୁକ୍ତି ସୃଷ୍ଟି କରୁଥିବା ବ୍ୟବସାୟରେ ପ୍ରାୟ ୧୦ ଲକ୍ଷ ଆମେରିକୀୟ ଡଲାର ନିବେଶ କରି ଯୋଗ୍ୟତା ଅର୍ଜନ କରିପାରିବେ। ଏହି ନୂତନ ପଦକ୍ଷେପ ପୁରୁଣା କାର୍ୟ୍ୟକ୍ରମକୁ ବଦଳାଇବା ପାଇଁ ଉଦ୍ଦିଷ୍ଟ।