Latest Odisha News

BREAKING NEWS

ଭିଜିଲାନ୍ସର ପରିଚୟ ଦେଇ ବଡ଼ ବଡ଼ ଅଫିସରଙ୍କୁ ଠକୁଥିବା ଦୁଇ ଅଭିଯୁକ୍ତ ଗିରଫ

ରାଉରକେଲା: ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିବା ଦୁଇ ଜଣ ଠକକୁ ଗିରଫ କରିଛି ରାଉରକେଲା ପୋଲିସ । ଗିରଫ ଦୁଇ ଠକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡାମାଳ ଗାଁର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା । ଜଣେ ଓଏଏସ ଅଫିସରଙ୍କ ଠାରୁ ୪ ଲକ୍ଷ ଟଙ୍କା ମାଗିଥିବା ସୂଚନା ରହିଛି ।

ଭିଜିଲାନ୍ସ କେସ୍‌ର ଧମକ ଦେଇ ଏମାନେ ଟଙ୍କା ଆଦାୟ କରୁଥିଲେ । ଅଭିଯୁକ୍ତ ଗଣେଶର ଟ୍ରୁ କଲର୍‌ ଆଇଡିରେ ଭିଜିଲାନ୍ସ ଅଫିସର ସୋ କରୁଥିଲା । ଏହି ମାମଲାରେ ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି ।

ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ବଣେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ସେମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ କେସ କରିବେ କହି ଧମକାଉଥିଲେ ।

https://youtu.be/KrAu-Uujjdg?si=UOQE4q3P5ypAqD1v

Leave A Reply

Your email address will not be published.