Latest Odisha News

BREAKING NEWS

Naveen Patnaik Writes to CM: ମୋର ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ: ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଡ଼ ଘୋଷଣା । ତାଙ୍କର ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ ବିନିଯୋଗ କରିବାକୁ ଚିଠିରେ ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ବର୍ଦ୍ଧିତ ଦରମା ନନେବାକୁ ନିଷ୍ପତ୍ତି ନେଇଛନ୍ତି । ନିଜର ବର୍ଦ୍ଧିତ ଦରମାକୁ ରାଜ୍ୟର ଗରିବ ଓ ଦୀନ ଦୁଃଖିଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ ପଟ୍ଟନାୟକ ।

ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମୁଁ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଏବଂ ସମର୍ଥନ ପାଇ ଆସିଛି। ମୋ ପ୍ରତି ଓ ମୋର ସ୍ୱର୍ଗତଃ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ଚିରଋଣି। ୨୦୧୫ ମସିହାରେ ପଟ୍ଟନାୟକ ପରିବାର କଟକ ସ୍ଥିତ ପୈତୃକ ସମ୍ପତ୍ତି ‘ଆନନ୍ଦ ଭବନ’କୁ ଓଡ଼ିଶାବାସୀଙ୍କ ସେବା ପାଇଁ ଦାନ କରିଥିଲେ। ସେହି ମନୋଭାବ ନେଇ, ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପାଇଁ ନିକଟରେ ପାରିତ ହୋଇଥିବା ବର୍ଦ୍ଧିତ ଦରମା ଓ ଭତ୍ତାକୁ ମୁଁ ନେବାକୁ ଚାହୁଁନାହିଁ । ଏହି ଅର୍ଥକୁ ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ, ବିଧାୟକଙ୍କର ବହୁଦିନର ଦାବି ନିକଟରେ ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ପୂରଣ ହୋଇଛି। ସେମାନଙ୍କ ଦରମା‌ ଓ ଭତ୍ତା ବୃଦ୍ଧି କରାଯାଇଛି। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଛି। ପୂର୍ବତନ ବିଧାୟକଙ୍କ ପେନ୍‌ସନରେ ବି ବୃଦ୍ଧି କରାଯାଇଛି।

Leave A Reply

Your email address will not be published.