Latest Odisha News

BREAKING NEWS

ସୁକମାରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ସୁକମା: ଟଳିପଡିଲେ ୩ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଗୋଲାପାଲ୍ଲୀ ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା। ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ ଲୁଚି ରହି ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ଧରଣର ଟାର୍ଗେଟ କରିବାକୁ ଯୋଜନା କରୁଥିଲେ । ଅପରେସନରେ ସାମିଲ ହୋଇଛନ୍ତି DRG ଯବାନ । DRG ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ।

ସୁକମା ପୁଲିସ ଅଧୀକ୍ଷକ କିରଣ ଚଭନ ପିଟିଆଇକୁ କହିଛନ୍ତି, ଗୋଲାପାଲି ପୁଲିସ ଷ୍ଟେସନ ଅଞ୍ଚଳର ଏକ ଜଙ୍ଗଲରେ ସକାଳୁ ଜିଲ୍ଲା ରିଜର୍ଭ ଗାର୍ଡର ଏକ ଦଳ ମାଓ କ୍ୟାଡରଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇଥିଲା । ଏନେଇ ସର୍ଚ୍ଚ ଅପରେସନରେ ବାହାରିଥିବାବେଳେ ଗୁଳି ବିନିମୟ ହୋଇଥିଲା। ଯାହାର ପାଲଟା ଜବାବ ଦେଇଥିଲା ସୁରକ୍ଷା ବାହିନୀ । ବର୍ତ୍ତମାନ ସୁରକ୍ଷା ବାହିନୀ ସତର୍କତା ବଜାୟ ରଖିବା ସହ ଅତିରିକ୍ତ ଫୋର୍ସ ମଧ୍ୟ ଅଞ୍ଚଳରେ ସଜାଗ ଅଛନ୍ତି।

ପ୍ରକାଶ ଥାଉକି, ଚଳିତ ବର୍ଷ ଛତିଶଗଡ଼ରେ ଏନକାଉଣ୍ଟରରେ ୨୮୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁକମା, ବିଜାପୁର ଓ ଦାନ୍ତେୱାଡା ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୫୫ ଜଣଙ୍କୁ ନିପାତ କରାଯାଇଥିଲା । ସେହିଭଳି ରାୟପୁର ଡିଭିଜନରେ ପଡ଼ୁଥିବା ଗରିଆବନ୍ଦ ଜିଲ୍ଲାରେ ୨୭ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେହିଭଳି ଦୁର୍ଗ ବିଭାଗର ମୋହଲା-ମନପୁର-ଅମ୍ବାଗଡ ଚୌକି ଜିଲ୍ଲାରେ ଦୁଇଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.