ଭୁବନେଶ୍ୱର/ହାଇଦ୍ରାବାଦ: ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ। ପ୍ରଥମ ଦିନରେ ୩୮,୭୦୦ କୋଟି ଟଙ୍କାର ନିବେଶ ସୁଯୋଗ। ସ୍ବାକ୍ଷରିତ ହୋଇଛି ୧୯ ହଜାର ୨୦୦ କୋଟି ଟଙ୍କାର ୭ଟି Mou। ପ୍ରମୁଖ ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା କରିଛନ୍ତି। ଓଡ଼ିଶାରେ ନୂତନ ପୁଞ୍ଜି ନିବେଶ ଏବଂ ଶିଳ୍ପ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଦିନିଆ ହାଇଦ୍ରାବାଦ ଗସ୍ତରେ ପହଞ୍ଚିଛନ୍ତି।
ତେବେ ଆଜି ରୋଡ୍-ସୋ ଅନୁଷ୍ଠିତ ହେବ । ଓଡ଼ିଶା ନିବେଶକ ସମ୍ମିଳନୀ’ର ପ୍ରଥମ ଦିନରେ ରାଜ୍ୟ ପାଇଁ ବଡ଼ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ହିଁ ୩୮,୭୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ମିଳିଛି । ମୁଖ୍ୟମନ୍ତ୍ରୀ ଫାର୍ମା, ସ୍ୱାସ୍ଥ୍ୟ ଉପକରଣ, ଗ୍ରୀନ୍ ଏନର୍ଜି, ଅଟୋମୋବାଇଲ୍ ଏବଂ ଇଞ୍ଜିନିୟରିଂ କ୍ଷେତ୍ରର ବଡ଼ ବଡ଼ ଶିଳ୍ପପତିମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।
ପ୍ରଥମ ଦିନର ୧୫ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ ୭ଟି ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ନିବେଶ ଦ୍ବାରା ଓଡ଼ିଶାରେ ପ୍ରାୟ ୨୦ହଜାର ୨ଶହରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଦୁଇ ଦିନିଆ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଓଡ଼ିଶାର ଶିଳ୍ପ କ୍ଷମତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏବଂ ନୂଆ ନୂଆ ନିବେଶକଙ୍କୁ ଓଡ଼ିଶା ଆଣିବା ।