ନୂଆଦିଲ୍ଲୀ: ମେକଅପ୍ର ଟ୍ରେଣ୍ଡ ଆଜିର ନୁହେଁ, ବରଂ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ଆରମ୍ଭ ହୋଇଥିଲା। କିନ୍ତୁ ଆପଣ ଜାଣନ୍ତି କି ଯେ ମେକଅପ୍ ପ୍ରୋଡକ୍ଟ୍ର ଆବିଷ୍କାର ଅଜାଣତରେ ହୋଇଥିଲା? ହଁ, ବିଶ୍ୱରେ ଅନେକ ବ୍ୟୁଟି ପ୍ରୋଡକ୍ଟ୍ ରହିଛି, ଯାହାର କିଛି ମୂଲ୍ୟ ସାଧାରଣ ଲୋକଙ୍କ ବଜେଟ୍ରୁ ବାହାରେ। ତଥାପି ମେକଅପ୍ ବ୍ୟବହାର କରୁଥିବା ଲୋକମାନଙ୍କୁ ମଧ୍ୟ ଜଣା ନାହିଁ ଯେ ଏହା ଫ୍ୟାଶନ ପାଇଁ ନୁହେଁ, ବରଂ ମଣିଷର ଜୀବନ ରକ୍ଷା ପାଇଁ ଏହା ତିଆରି ହୋଇଥିଲା। ଆଜିକାଳି ଏହା କେବଳ ଆଧୁନିକ ଫ୍ୟାଶନର ଉପକରଣ ହୋଇ ରହିଛି। ଆସନ୍ତୁ ଜାଣିବା, ଅଜାଣତରେ ମେକଅପ୍ର ଆରମ୍ଭ କିପରି ହୋଇଥିଲା?
ପ୍ରକୃତରେ, ହଜାର ହଜାର ବର୍ଷ ପୂର୍ବେ ମାନବ ବିକାଶ ସମୟରେ ପ୍ରାରମ୍ଭିକ ମାନବମାନେ ଜଙ୍ଗଲରେ ଲୁଚିବା ପାଇଁ ମୁହଁରେ ପ୍ରାକୃତିକ ରଙ୍ଗ (ପିଗମେଣ୍ଟ୍ସ୍) ଲଗାଉଥିଲେ, ଯେମିତି ଲାଲ୍ ମାଟି ଏବଂ ଧୂଳି ଆଦି ଜନିଷ। ଏହା ସହିତ ସୂର୍ଯ୍ୟର ତୀବ୍ର ଆଲୁଅ ଠାରୁ ବଞ୍ଚିବା ପାଇଁ ମଧ୍ୟ ଅନେକେ ଆଖି ତଳେ ଏବଂ ମୁହଁରେ ବିଭିନ୍ନ ରଙ୍ଗିନ ପିଗମେଣ୍ଟ୍ ଲଗାଉଥିଲେ। ଏହାଦ୍ୱାରା ସେମାନଙ୍କୁ ପତଙ୍ଗ ଏବଂ ଧୂଳି ଆଦି ଠାରୁ ସୁରକ୍ଷା ମିଳୁଥିଲା। ଏପରି କୁହାଯାଏ ଯେ ଖରାପ ଆତ୍ମାମାନଙ୍କୁ ଦୂରେଇ ରଖିବା ପାଇଁ ମଧ୍ୟ ଏହି ମେକଅପ୍ର ବ୍ୟବହାର ହେଉଥିଲା। ଅନ୍ୟପକ୍ଷେ, ମିଶର (ଇଜିପ୍ଟ) ଭଳି ସ୍ଥାନରେ ମେକଅପ୍ ଦ୍ୱାରା ନିଜର ପରିଚୟ ପ୍ରମାଣ କରିବାର ଏକ ପରମ୍ପରା ଥିଲା, ଯାହାଦ୍ୱାରା ବିଭିନ୍ନ ଗୋଷ୍ଠୀ ବା ଜାତିକୁ ଚିହ୍ନିବାକୁ ସହଜ ହେଉଥିଲା।
ତଥାପି ସମୟ ବଦଳିବା ସହିତ ମେକଅପ୍କୁ ସଜ୍ଜା ପାଇଁ ମଧ୍ୟ ବ୍ୟବହାର କରାଯାଇଲା। ଏହି ମଧ୍ୟରେ ମଧ୍ୟଯୁଗରେ ଚର୍ଚ୍ଚ ମେକଅପ୍କୁ ଧାର୍ମିକ ଦୃଷ୍ଟିରୁ ଭୁଲ୍ ମାନି ନିଷେଧ କରିଦେଇଥିଲା। ତା’ପରେ ବ୍ରିଟେନ୍ର ରାଣୀ ଏଲିଜାବେଥ ମେକଅପ୍କୁ ନିଜ ମୁହଁର ଦାଗ ଲୁଚାଇବା ପାଇଁ ବ୍ୟବହାର କରିଥିଲେ, କିନ୍ତୁ ୨୦ଶ ଶତାବ୍ଦୀର ଆରମ୍ଭରେ ଫିଲ୍ମରେ ମେକଅପ୍ର ପ୍ରଚଳନ ଦ୍ରୁତ ଗତିରେ ବଢ଼ିଲା। ଅନେକ ଅଭିନେତ୍ରୀ ସୁନ୍ଦର ଦେଖାଯିବା ପାଇଁ ମେକଅପ୍ ପ୍ରୋଡକ୍ଟ୍ ଲଗାଇବାକୁ ଲାଗିଲେ। ଫିଲ୍ମରେ ମେକଅପ୍ ଆସିବା ସହିତ ଏହାର ଅର୍ଥ ବଦଳିଗଲା, ବିଶ୍ୱରେ ଲୋକମାନେ ଏହା ବ୍ୟବହାର କରିବାକୁ ଆରମ୍ଭ କଲେ। ସାଧାରଣ ଲୋକମାନେ ମଧ୍ୟ ଅଭିନେତ୍ରୀମାନଙ୍କ ଭଳି ଦେଖାଯିବା ପାଇଁ ମେକଅପ୍କୁ ନିଜର ଦୈନିକ ଜୀବନରେ ସାମିଲ୍ କରିବାକୁ ଲାଗିଲେ। ଭାରତରେ ମଧ୍ୟ ଫିଲ୍ମରେ ମେକଅପ୍ର ଟ୍ରେଣ୍ଡ ଏଠାରେ ଏହାର ବଜାର ତିଆରି କରିଦେଲା।