Latest Odisha News

BREAKING NEWS

ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ

ନୂଆଦିଲ୍ଲୀ:ଭାରତର ପୂର୍ବତନ ଅଧିନାୟକ କପିଲ୍ ଦେବ ୧୫ ବର୍ଷୀୟ ଯୁବ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଲିଥିବା ଅତ୍ୟଧିକ ଚର୍ଚ୍ଚା ଓ ପ୍ରଶଂସା ଉପରେ ଚେତାବନୀ ଦେଇଛନ୍ତି । ସେ ପୂର୍ବତନ ଖେଳାଳି ବିନୋଦ କାମ୍ବଲୀଙ୍କ କ୍ୟାରିୟରର ଉଦାହରଣ ଦେଇ ଗଣମାଧ୍ୟମ ଏବଂ କ୍ରିକେଟ ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି ଯେ, ଏହି ଯୁବ ଓପନରଙ୍କୁ ନିଜର ଦକ୍ଷତା ପ୍ରମାଣିତ କରିବା ପାଇଁ ଆଉ କିଛି ସମୟ ଦିଆଯାଉ । ବୈଭବ ଅତି କମ୍ ବୟସରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରବେଶ କରିସାରିଛନ୍ତି । କିନ୍ତୁ କପିଲ କହିଛନ୍ତି ଯେ ତାଙ୍କୁ ବର୍ତ୍ତମାନରୁ ହିଁ ବଡ଼ ଷ୍ଟାର ଆଖ୍ୟା ନଦେଇ କ୍ରିକେଟ୍‌ରେ ସ୍ଥାୟୀ ହେବା ପାଇଁ ଅନ୍ତତଃ ଆଉ ୩ ବର୍ଷ ସମୟ ଦେବା ଦରକାର ।

ବୈଭବଙ୍କ କ୍ୟାରିୟରକୁ କାମ୍ବଲୀଙ୍କ ସହ ତୁଳନା କରିଛନ୍ତି କପିଲ। କାମ୍ବଲୀ ନିଜ କ୍ୟାରିୟରର ଆରମ୍ଭରେ ଦ୍ୱିଶତକ ଓ ଜବରଦସ୍ତ ସଫଳତା ପାଇଥିଲେ ମଧ୍ୟ ସମୟ ସହ ଏବଂ ନିଜର ଅନ୍-ଫିଲ୍ଡ ଓ ଅଫ୍-ଫିଲ୍ଡ ସମସ୍ୟା ଯୋଗୁଁ ତାଙ୍କ କ୍ୟାରିୟର ଶୀଘ୍ର ଶେଷ ହୋଇଯାଇଥିଲା । କପିଲ୍‌ଙ୍କ ଅନୁସାରେ, ବୈଭବଙ୍କୁ ଆଉ ୩ ବର୍ଷ ସମୟ ଦିଅ, ତା ପରେ ଆମେ କଥା ହେବା । ବୟସ ବଢ଼ିବା ସହ ଜୀବନଶୈଳୀ ଓ ଚିନ୍ତାଧାରା ବଦଳିଥାଏ । ଆଗାମୀ ୨ ବର୍ଷରେ ସେ ନିଜକୁ କିପରି ସମ୍ଭାଳୁଛନ୍ତି, ତାହା ତାଙ୍କ ପ୍ରଦର୍ଶନଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ବୈଭବ ଆଇପିଏଲ୍ ୨୦୨୫, ୨୦୨୬ ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲ୍‌ରେ ରେକର୍ଡସୃଷ୍ଟିକାରୀ ଇନିଂସ ଏବଂ ଆଇପିଏଲ୍ ୨୦୨୬ ରେ ଅରେଞ୍ଜ କ୍ୟାପ୍ ଜିତି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ସେ ଜିମ୍ବାୱେ ଟି୨୦ ସିରିଜ୍‌ରେ ପ୍ଲେୟାର ଅଫ୍ ଦି ସିରିଜ ହୋଇଥିଲେ ଏବଂ ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ ରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଟିମ୍‌ର ସଦସ୍ୟ ଥିଲେ ।

 

Leave A Reply

Your email address will not be published.