Latest Odisha News

BREAKING NEWS

ବାରମ୍ୱାର ମନେ ପଡୁଛି ଏକ୍ସଙ୍କ କଥା? ଆଉ ମଦରେ ହେବନି କାମ, ସବୁ ଦିନ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ବ୍ରେକଅପ୍ ପରେ ନିଜକୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇଯାଏ। ଅନେକ ଲୋକ ତ ଏହାପରେ ପୁରା ଭାଙ୍ଗିପଡ଼ନ୍ତି ଏବଂ ଦିନରାତି ପୂର୍ବ ପ୍ରେମିକ/ପ୍ରେମିକାଙ୍କ ସ୍ମୃତିରେ ଡୁବି ରହନ୍ତି। ମନରେ ଅତୀତର ଘଟଣାବଳୀ ବାରମ୍ବାର ଆସିଥାଏ ଏବଂ ଦୁଃଖରେ ବୁଡ଼ି ଅନେକେ ମଦ୍ୟପାନର ଆଶ୍ରୟ ନେଇଥାନ୍ତି। କିନ୍ତୁ ବାସ୍ତବରେ ମଦ କେବଳ କିଛି ସମୟ ପାଇଁ ଯନ୍ତ୍ରଣାକୁ ଦବାଇଦିଏ, ହେଲେ ସବୁଦିନ ପାଇଁ ନୁହେଁ।

ଯଦି ଆପଣ ପ୍ରକୃତରେ ମନକୁ ହାଲୁକା କରିବାକୁ ଏବଂ ନିଜକୁ ପୁନର୍ବାର ମଜବୁତ୍ କରିବାକୁ ଚାହୁଁଛନ୍ତି, ତେବେ ନିୟମିତ ବ୍ୟାୟାମ କରନ୍ତୁ ଏବଂ ମନକୁ ଶାନ୍ତ ରଖନ୍ତୁ। ଆଜି ଆମେ ଆପଣଙ୍କୁ ଆଖିର ସାହାଯ୍ୟରେ କରାଯାଇଥାଏ ଏକ ବିଶେଷ ବ୍ୟାୟାମ ବିଷୟରେ କହୁଛୁ, ଯାହାର ସାହାଯ୍ୟରେ ନକାରାତ୍ମକ ଚିନ୍ତାଧାରାରୁ ମୁକ୍ତି ମିଳିପାରିବ। ଆଖି ଫୋକସ୍ ରିଲାକ୍ସେସନ୍ ବ୍ୟାୟାମ।ବ୍ରେକଅପ୍ ପରେ ଆଖି ରିଲାକ୍ସେସନ୍ ବ୍ୟାୟାମ।

କିପରି କରିବେ?
ଏହା କରିବା ପାଇଁ କୌଣସି ଶାନ୍ତ ସ୍ଥାନରେ ବସନ୍ତୁ। ତା’ପରେ କାନ୍ଧକୁ ସିଧା ରଖି କାନ୍ଧକୁ ଢିଲା ଛାଡ଼ିଦିଅନ୍ତୁ। ଆଖି ବନ୍ଦ କରି ୫ ଥର ଗଭୀର ଏବଂ ଲମ୍ବା ନିଶ୍ୱାସ ନିଅନ୍ତୁ। ଏବେ ଆଖି ଖୋଲି ସାମ୍ନାରେ କୌଣସି ଏକ ସ୍ଥାନରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ। ପଳକ ନପକାଇ ୧୦ରୁ୧୫ ସେକେଣ୍ଡ ଯାଏଁ ସେହି ସ୍ଥାନକୁ ଦେଖନ୍ତୁ। ଏବେ ଆଖି ବନ୍ଦ କରି ସେହି ସ୍ଥାନର ଚିତ୍ରକୁ ମନରେ ଆଣିବାକୁ ଚେଷ୍ଟା କରନ୍ତୁ। ୧୦ ସେକେଣ୍ଡ୍ ପରେ ଆଖି ଖୋଲନ୍ତୁ ଏବଂ ପୁନର୍ବାର ସେହି ସ୍ଥାନକୁ ଦେଖନ୍ତୁ। ଆଖି ଫୋକସ୍ ରିଲାକ୍ସେସନ୍ ବ୍ୟାୟାମର ଉପକାରିତା ଆଖିର ଗତିବିଧିକୁ ନିୟନ୍ତ୍ରଣ କରିବା ମନକୁ ଫୋକସ୍ ମିଳିବା ନକାରାତ୍ମକ ଚିନ୍ତା ଧୀରେ ଧୀରେ କମିବ । ଅସ୍ଥିରତାରେ ଆରାମ ମିଳିବା ମନକୁ ଶାନ୍ତି ମିଳିବା

Leave A Reply

Your email address will not be published.