Nana Patekar Dialogues: ଡାଏଲଗ୍ କହୁନଥିଲେ, ଚରିତ୍ର ଜୀବନ୍ତ କରୁଥିଲେ ନାନା! ‘ଏ ଦୁଃଖ୍ କାହେ ଖତମ୍ ନେହିଁ ହୋତା ବେ!’ ଠାରୁ ‘ଆଗୟେ ମେରେ ମତ୍…’, କାନରେ ଗୁଞ୍ଜରିତ ହେଉଛି ସ୍ବର…
ମୁମ୍ବାଇ: ଅଫେରା ରାଇଜରେ ନାନା ପାଟେକର । ହେଲେ ଆଜି ବି କାନରେ ଶୁଭୁଛି ତାଙ୍କ ନିଚ୍ଛକ ଦମଦାର ଡାଇଲଗ୍ । ପରଦାରେ ନାନା ପାଟେକର ଯେତେବେଳେ କଥା କହୁଥିଲେ, ତାହା କେବଳ ଏକ ଡାଏଲଗ୍ ହୋଇ ରହୁନଥିଲା, ବରଂ ଦର୍ଶକଙ୍କ ମନରେ ଛାପ ଛାଡ଼ି ଯାଉଥିଲା। ତାଙ୍କର ସ୍ୱତନ୍ତ୍ର ସ୍ୱର, ଡାଏଲଗ୍ କହିବାର ଶୈଳୀ ଓ ଭାବପ୍ରବଣ ଅଭିନୟ ତାଙ୍କୁ ହିନ୍ଦୀ ସିନେମାର ଅନ୍ୟତମ ଶକ୍ତିଶାଳୀ ଅଭିନେତା ଭାବେ ପରିଚିତ କରାଇଥିଲା।
୭୫ ବର୍ଷ ବୟସରେ ନାନା ପାଟେକରଙ୍କ ଦେହାନ୍ତ ଖବର ଆସିବା ପରେ ସାରା ଦେଶର ଫ୍ୟାନ୍ସ ଭାବବିହ୍ୱଳ। ତାଙ୍କ ଅଭିନୟ ସହ ତାଙ୍କ ଅନେକ ଡାଏଲଗ୍ ମଧ୍ୟ ଦର୍ଶକଙ୍କ ମନରେ ସବୁଦିନ ପାଇଁ ରହିଯାଇଛି।
ନାନାଙ୍କ କ୍ୟାରିୟରର କିଛି ସବୁଠାରୁ ଚର୍ଚ୍ଚିତ ଡାଏଲଗ୍ ‘କ୍ରାନ୍ତିବୀର’ ଫିଲ୍ମରୁ ଆସିଥିଲା। ଏହି ଫିଲ୍ମରେ ତାଙ୍କ ଚରିତ୍ରର ରାଗ, ଯନ୍ତ୍ରଣା ଓ ବିଦ୍ରୋହ ଡାଏଲଗ୍ ମାଧ୍ୟମରେ ଏତେ ଜୋରଦାର ଭାବେ ପ୍ରକାଶ ପାଇଥିଲା ଯେ ଆଜି ବି ସେହି ଦୃଶ୍ୟଗୁଡ଼ିକ ମନେ ପଡ଼ିଯାଏ। ବିଶେଷକରି ଜୀବନର ଯନ୍ତ୍ରଣାକୁ ନେଇ ତାଙ୍କ ଏକ ପ୍ରସିଦ୍ଧ ଡାଏଲଗ୍, “ସାଲା, ଏ ଦୁଃଖ୍ କାହେ ଖତମ୍ ନେହିଁ ହୋତା ବେ ଅର୍ଥାତ୍ ଜୀବନରେ ଦୁଃଖ କାହିଁକି ଶେଷ ହୁଏନି ବେ!” ଆଜି ବି ସୋସିଆଲ ମିଡିଆରେ ମିମ୍ ଭାବରେ ଖୁବ୍ ଲୋକପ୍ରିୟ। ଏଥିସହିତ ‘ନଫରତ କି ଏକ ଗୋଲି ପ୍ୟାର କି ଏକ ଗୋଲି ସେ ଯ୍ୟାଦା ଖତରନାକ୍ ହୋତି ହେ’, ‘ମରନେ କେ ବାଦ୍ କ୍ୟା ହୋଗା, ୟେ କୋଇ ନେହିଁ ଜାନତା’, ‘ଆ ଗୟେ ମେରି ମତ କେ ତମାସା ଦେଖନେ?’ ଭଳି ‘କ୍ରାନ୍ତିବୀର’ ସିନେମାର ଅନେକ ଦମଦାର ଡାଇଲଗ୍ ଆଜି ବି ଦର୍ଶକଙ୍କ ମନରେ ଜୀବନ୍ତ ।
‘ଯଶବନ୍ତ’ ଫିଲ୍ମରେ ମଧ୍ୟ ନାନାଙ୍କ ଡାଏଲଗ୍ ଡେଲିଭରି ଦର୍ଶକଙ୍କୁ ଚକିତ କରିଥିଲା। ଏହି ଫିଲ୍ମରେ ତାଙ୍କ ଚରିତ୍ର ଭୟକୁ ଗୁରୁତ୍ୱ ନଦେବା ଓ ନିଜ କଥାରେ ଅଟଳ ରହିବାର ବାର୍ତ୍ତା ଦେଇଥିଲା। ତାଙ୍କର ଏକ ପ୍ରସିଦ୍ଧ ଡାଏଲଗ୍ ‘ଜିସ୍ ଦିନ ଡର ଗୟା, ସମଝୋ ମର ଗୟା’ ଅର୍ଥାତ୍ ଯେଉଁଦିନ ଭୟଭୀତ ହେଲ, ସେଦିନ ଜୀବନ ଶେଷ ବୋଲି ଧରିନିଅ। ସେହିପରି ନିଜ କଥାକୁ କାମରେ ପରିଣତ କରିବାର ତାଙ୍କ ଚରିତ୍ରର ଦୃଢ଼ତା ମଧ୍ୟ ଡାଏଲଗ୍ରେ ଦେଖିବାକୁ ମିଳିଥିଲା।
ସେହିଭଳି ୱଜୁଦ୍ ସିନେମାର “କୈସେ ବତାଉଁ ମୈଁ ତୁମ୍ହେଁ, ତୁମ୍ ମେରେ ଲିଏ କୌନ୍ ହୋ”, ଅବ୍ ତକ୍ ଛପ୍ପନର “ପୋଲିସ୍ କି ନୌକରୀ ମେଁ ଦୋସ୍ତୀ ନହୀଁ ହୋତୀ”, “ହମ୍ ପୋଲିସ୍ ବାଲେ ହୈଁ, କୋଇ ଗୁଣ୍ଡେ ନହୀଁ”, ଅଗ୍ନିସାକ୍ଷୀର “ହର୍ ଆଦମୀ କେ ଅନ୍ଦର୍ ଏକ୍ ଜାନୱର୍ ହୋତା ହୈ”, ୱେଲକମର “ଦୁନିୟା ମେଁ ଦୋ ତରହ କେ ଲୋଗ୍ ହୋତେ ହୈଁ…”, “ଅପୁନ୍ କୋ ଜିନ୍ଦଗୀ ମେଁ ଜ୍ୟାଦା ଟେନ୍ସନ୍ ଲେନେ କା ନହୀଁ”, “ଭଗୱାନ୍ କା ଦିୟା ହୁଆ ସବ୍ କୁଛ୍ ହୈ, ଦୌଲତ୍ ହୈ, ଶୋହରତ୍ ହୈ, ଇଜ୍ଜତ୍ ହୈ”, ଏବଂ ପରିନ୍ଦା ସିନେମାର “ବାପ୍ କା ନାମ୍ ମତ୍ ଲେନା!” ଭଳି ଅନେକ ଡାଇଲଗର କ୍ରେଜ୍ ଏବେ ବି କମିନାହିଁ।
ଏହି ସମୟରେ ନାନାଙ୍କ ଏକ ସାଏରୀ ମଧ୍ୟ ଭାଇରାଲ ହେଉଛି । “ହମାରେ ବାଦ୍ ମହଫିଲ୍ ମେଁ ଅଫସାନେ ବୟାଁ ହୋଙ୍ଗେ… ବହାରେଁ ହମେଁ ଢୁଁଢେଙ୍ଗୀ, ନା ଜାନେ ହମ୍ କହାଁ ହୋଙ୍ଗେ।” ଅର୍ଥାତ୍ “ଆମ ଯିବା ପରେ ମଧ୍ୟ ଆମ କାହାଣୀ କୁହାଯିବ। ବସନ୍ତ ମଧ୍ୟ ଆମକୁ ଖୋଜିବ, କିନ୍ତୁ ସେତେବେଳେ ଆମେ କେଉଁଠି ଥିବୁ, କିଏ ଜାଣେ!”, ଯାହା ଏବେ ତାଙ୍କ ପ୍ରଶଂସକଙ୍କୁ ବେଶ୍ ଭାବବିହ୍ବଳ କରୁଛି । ତେବେ ଏହି ଲାଇନ୍ଟି ୨୦୦୦ ମସିହାର ଫିଲ୍ମ ‘ତରକିବ୍’ରେ ନାନା ପାଟେକର ସିବିଆଇ ଇନ୍ସପେକ୍ଟର ଚରିତ୍ରରେ ଡାଏଲଗ୍ ଭାବେ କହିଥିଲେ। ମୂଳ ପଦ୍ୟଟି ଉର୍ଦ୍ଦୁ କବି ମଜରୁହ ସୁଲତାନପୁରୀଙ୍କର ଥିଲା।
ନାନାଙ୍କ ଡାଏଲଗ୍ର ବିଶେଷତା ଥିଲା ତାଙ୍କ ସ୍ୱର ଓ ଅଭିନୟ। ସେ ସାଧାରଣ ଏକ ବାକ୍ୟକୁ ମଧ୍ୟ ଏପରି ଭାବରେ କହୁଥିଲେ ଯେ ତାହା ଦର୍ଶକଙ୍କ ମନରେ ଛାପ ଛାଡ଼ି ଯାଉଥିଲା। ସେଥିପାଇଁ ତାଙ୍କ ଅନେକ ଡାଏଲଗ୍ ଆଜି ବି ରିଲ୍ସ ଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।
ନାନା ପାଟେକରଙ୍କୁ ଶେଷଥର ପାଇଁ ବିଶାଳ ଭରଦ୍ୱାଜଙ୍କ ‘ଓ’ରୋମିଓ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହା ଏକ ରୋମାଣ୍ଟିକ୍ ଆକ୍ସନ୍ ଥ୍ରିଲର୍ ଥିଲା। ଫିଲ୍ମରେ ଶାହିଦ କପୁର ଓ ତୃପ୍ତି ଡିମରୀ ଲିଡ୍ ରୋଲରେ ଥିଲେ। ଏହା ସହ ଅବିନାଶ ତିୱାରୀ, ଦିଶା ପାଟନୀ, ତମନ୍ନା ଭାଟିଆ ଓ ଫରିଦା ଜଲାଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ। ଫିଲ୍ମଟି ୨୦୨୬ ଫେବ୍ରୁଆରୀରେ ରିଲିଜ୍ ହୋଇଥିଲା। ଏହା ବ୍ୟତୀତ ଅନିଲ କପୁରଙ୍କ ଅଭିନୀତ ‘ସୁବେଦାର’ରେ ମଧ୍ୟ ନାନା ପାଟେକରଙ୍କୁ ସ୍ପେଶାଲ୍ ଆପିୟରାନ୍ସରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ୨୦୨୬ ମାର୍ଚ୍ଚରେ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମ୍ ହୋଇଥିଲା।
ନାନା ପାଟେକର ଆଜି ନାହାନ୍ତି। କିନ୍ତୁ ତାଙ୍କ ଚରିତ୍ର, ତାଙ୍କ ସ୍ୱର ଓ ତାଙ୍କ ଡାଏଲଗ୍ ସବୁବେଳେ ମନେ ପକାଇଦେବ, ଜଣେ ଅଭିନେତା କେବଳ ଡାଏଲଗ୍ କହେନି, ନିଜ ଅଭିନୟରେ ତାହାକୁ ଜୀବନ୍ତ କରିପାରେ। ନାନା ଥିଲେ ଠିକ୍ ସେମିତି ଜଣେ ଅଭିନେତା।

