Latest Odisha News

BREAKING NEWS

ରାହୁଲ ଗାନ୍ଧୀ ହାଜିର ହୋ’.. ରାଞ୍ଚି କୋର୍ଟରୁ ରାହୁଲଙ୍କୁ ଡାକରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୋର ବୋଲି ଟିପ୍ପଣି ଦେବା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତିଗତ ଭାବେ ହାଜର ହେବାକୁ ରାଞ୍ଚି ସିଭିଲ କୋର୍ଟ କଂଗ୍ରେସ ଉପାଧ୍ୟକ୍ଷଙ୍କୁ ସମନ କରିଛି । ଫେବୃଆରୀ ୨୨ ପୂର୍ବରୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୯ ମାର୍ଚ୍ଚ ୨୩ରେ ଲୋକସଭା ନିର୍ବାଚନ ଅଭିଯାନ ସମୟରେ ରାହୁଲ ଗାନ୍ଧୀ ‘ମୋଦି ଚୋର ହୈ’ ବୋଲି ଟିପ୍ପଣୀ ଦେଇଥିଲେ । ସେ କହିଥିଲେ “ନୀରବ ମୋଦୀ, ଲଳିତ ମୋଦୀ ଓ ନରେନ୍ଦ୍ର ମୋଦୀ ସମସ୍ତେ ଗୋଟିଏ ସାଜ୍ଞାରେ ଆସୁଛନ୍ତି । ସମସ୍ତ ଚୋର ମାନେ କିଭଳି ଗୋଟିଏ ଉପନାମ ପାଇଛନ୍ତି । ଏଭଳି କେତେ ମୋଦୀ ବାହାରିବେ” ।

ରାହୁଲଙ୍କ ଏହି ‘ମୋଦୀ ଚୋର’ ଟିପ୍ପଣୀ ନେଇ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି କୋର୍ଟରେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି, ଯେଉଁମାନେ ଏଭଳି କାମରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ନାଁ ନିଅନ୍ତୁ । କିନ୍ତୁ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟକୁ ଟାର୍ଗେଟ କରିବା ଠିକ୍ ନୁହେଁ ।

Comments are closed.